ଧାବକ ମିଲଖା ସିଂହଙ୍କୁ କରୋନା, ଘରେ ହେଲେ ଆଇସୋଲେଟ୍

କରୋନା କବଜାରେ ଫ୍ଲାଇଂ ସ୍ପ୍ରିଣ୍ଟର ଶିଖ୍ ମିଲଖା ସିଂହ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ଚଣ୍ଡୀଗଡରେ ଥିବା ନିଜ ଘରେ ହୋମ୍ ଆଇସୋଲେସନରେ ଅଛନ୍ତି । ୯୧ ବର୍ଷିୟ ମିଲଖା ସିଂହ କିଛି ଦିନ ପୂର୍ବେ ଲୋକଙ୍କୁ କହିଥିଲେ କି ଲକ୍ଡାଉନରେ ଘରେ ରୁହନ୍ତୁ, ଯାହାକି କରୋନା ଭାଇରସ୍କୁ ବ୍ୟାପିବାରେ ରୋକା ଯାଇ ପାରିବ । ମିଲଖା ସିଂହ କହିଛନ୍ତି କି ମୁଁ ସଂପୂର୍ଣ୍ଣ ଫିଟ୍ ଓ ଫାଇନ୍ ଅଛି ।

ଆଶ୍ଚର୍ଯ୍ୟ ଯେ , ବୁଧବାର ଜଗିଂରୁ ପେରିବା ପରେ ପଜିଟିଭ୍ ହୋଇ ଯାଇଥିଲି । ବୁଧବାର ରାତିରେ ଜ୍ବର ଆସିବା ପରେ ସେ କରୋନା ଟେଷ୍ଟ କରିଥିଲେ। ଯାହା ପରେ ତାଙ୍କ ରିପୋର୍ଟ ପଜିଟିଭି ଆସିଥିଲା।

ମିଲଖା ସିଂହ ଜଣେ ଟ୍ରାକ୍ ଆଣ୍ଡ ଫିଲଡ୍ ସ୍ପ୍ରିଣ୍ଟର । ନିଜର କ୍ୟାରିୟରରେ ସେ ଅନେକ ରେକର୍ଡ କରିଛନ୍ତି ଏବଂ ଅନେକ ପଦକ ଜିତିଛନ୍ତି । ମେଲବର୍ନରେ ୧୯୫୬ ଅଲମ୍ପିକରେ ଭାରତର ପ୍ରତିନିଧିତ୍ୱ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.