ମାତିଛି ପାଗଳ ମାଙ୍କଡ: ଆକ୍ରମଣରେ ୫ ମହିଳା ଓ ୩ରୁ ଊର୍ଦ୍ଧ୍ଵ ପୁରୁଷ ଶିକାର, କାବୁ କରିବାରେ ବନ ବିଭାଗ ଫେଲ୍
ଟାଙ୍ଗୀ(କେନ୍ୟୁଜ) : ତିନି ଦିନରେ ମାଙ୍କଡ କାମୁଡ଼ାରେ ୫ ମହିଳା ଓ ୩ରୁ ଊର୍ଦ୍ଧ୍ଵ ପୁରୁଷ ଶୀକାର। ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ ପାରି ଓରଡ ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା । ତିନି ଦିନ ତଳେ ଏକ ହନୁ ମାଙ୍କଡ ପାଗଳ ହୋଇ ଗାଁରେ ଆସି ଡିଆଁ ଡେଇଁ କରିଥିଲା । ଗାଁ ଲୋକଙ୍କ ବାଡିରେ ପଶି ଲୋକଙ୍କୁ କାମୁଡିବାକୁ ଗୋଡାଇଥିଲା । ଯାହାଫଳରେ ୫ଜଣ ମହିଳା ଓ ୩ରୁ ଅଧିକ ପୁରୁଷଙ୍କୁ ମାଙ୍କଡ଼ କାମୁଡିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ ।
ମାଙ୍କଡ଼ ଆକ୍ରମଣର ଶିକାର ହୋଇଥିବା ବ୍ଯକ୍ତି ମାନେ ହେଉଛନ୍ତି ଅହଲ୍ୟା ମଙ୍ଗରାଜ(୮୫), ବାଗ୍ମିତା ଛୋଟ୍ଟରାୟ(୨୩), ଗୀତାରାଣି ରାଉତ(୩୬), ଝୁନୁ ରାଉତ(୩୨),ରାମଚନ୍ଦ୍ର ସେଠୀ(୪୭), ପ୍ରଭାକର ବାରିକ(୫୨), ମୀତା କହଁର(୩୫) ଓ ହାପି କହଁର(୧୨) ବର୍ଷ ବୋଲି ସୂଚନା ମିଳିଛି । ମାଙ୍କଡ ଘର ଭିତରେ ପଶି ଲୋକଙ୍କୁ କାମୁଡି କ୍ଷତାକ୍ତ କରୁଥିବାରୁ ଲୋକେ ଆହତ ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଛନ୍ତି । କିନ୍ତୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଙ୍କଡ଼ କାମୁଡ଼ା ଇଂଜେକସନ ଅଭାବ ଥିବାରୁ ଲୋକମାନେ ନାନା ଅସୁବିଧାରେ ପଡି ଖର୍ଚ୍ଚାନ୍ତ ହୋଇ ଖୋର୍ଦ୍ଧା ସଦର ମେଡିକାଲକୁ ଯାଉଛନ୍ତି ।
ସେପଟେ ମାଙ୍କଡ ଆତଙ୍କ ନେଇ ଲୋକେ ବନ ବିଭାଗକୁ ଜଣାଇ ଜଣାଇ ଥକି ପଡିଥିଲେ ମଧ୍ଯ ବନ ବିଭାଗ ମାଙ୍କଡକୁ କାବୁ କରିବାକୁ କୌଣସି ପଦକ୍ଷେପ ନେଉନଥିବାରୁ ଲୋକେ କ୍ଷୁବ୍ଧ । ନିଜ ଚେଷ୍ଟାରେ ଠେଙ୍ଗା ବାଡି ଧରି ମାଙ୍କଡ଼କୁ ଘଉଡାଉ ଥିବା ଦେଖିବାକୁ ମିଳିଛି ।