ଯାଜପୁର: ରମାପୁର ଠାରେ ସୃଷ୍ଟି ହୋଇଥିବା ଘାଇ ନିକଟରେ କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ,ପ୍ରଥମେ କ୍ଷତିପୂରଣ ଓ ପରେ ଘାଇ ମରାମତି ଦାବିରେ ଚାଷୀଙ୍କ ଧାରଣା

ଯାଜପୁର (କେନ୍ୟୁଜ): ଘାଇ ନିକଟରେ କ୍ଷତିଗ୍ରସ୍ତ ଚାଷୀଙ୍କ ଆନ୍ଦୋଳନ। ବନ୍ୟା ଜଳରେ ନଷ୍ଟ ହୋଇଥିବା ଚାଷର କ୍ଷତି ଭରଣା ଏବଂ ପରେ ଘାଇ ମରାମତି କରାଯିବା ଦାବିରେ ଚାଷୀଙ୍କ ଧାରଣା। ଗତ ବନ୍ୟାରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବ୍ରାହ୍ମଣୀ ନଦୀ ଶାଖା କେଲୁଅର ରମାପୁର ଠାରେ ଏକ ଘାଇ ସୃଷ୍ଟି ହୋଇଥିଲା। ଯାହାକି ମନୁଷ୍ୟକୃତ ଥିଲା ବୋଲି ଅଭିଯୋଗ ଉଠିଛି।

ତେବେ ଏହି ଘାଇ ସୃଷ୍ଟି ହେବା ଦ୍ୱାରା ଏକର ଏକର ଫସଲରେ ବନ୍ୟା ପାଣି ମାଡି ଯାଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ବିଭିନ୍ନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ଧାର କରଜ କରି ଚାଷ କରିଥିବା ଚାଷୀ କୂଳ ଏବେ ମୁଣ୍ଡରେ ହାତ ଦେଇ ବସିଛି।

ଏଣୁ ପ୍ରଥମେ କ୍ଷତିଗ୍ରସ୍ତ ଚାଷୀଙ୍କ ଦାବୀ ପୂରଣ ସହ ଘାଇ ମରାମତି କରିବାକୁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀ। ଯଥାଶୀଘ୍ର ପ୍ରଶାସନ ଚାଷୀମାନଙ୍କ ଦାବୀକୁ ବିଚାରକୁ ନନେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.