Below header

ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା ନଦୀ : ଡେଇଁଲା ବିପଦ ସଙ୍କେତ

ଗଜପତି : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷାରେ ଫୁଲୁଛି ବଂଶଧାରା ନଦୀ । ଗଜପତି ଜିଲ୍ଲା କାଶୀନଗରଠାରେ ବିପଦ ସଙ୍କେତ ଡେଇଁଛି । କାଶୀନଗରଠାରେ ବଂଶଧାରାର ବିପଦ ସଙ୍କେତ ୫୪ .୬୦ ମିଟର ଥିବା ବେଳେ ଏବେ ପ୍ରବାହିତ ହେଉଛି ୫୪ .୮୪ ମିଟର ବର୍ଷା ପାଣି । ଉପରମୁଣ୍ଡରେ ବର୍ଷା ପରିମାଣ ବଢ଼ିଲେ ଆଗକୁ ବଂଶଧାରା ଆହୁରି ଫୁଲିବା ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ସୂଚନା ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.