ଚଳିତବର୍ଷର ମର୍ଯ୍ୟାଦା ଜନକ ସାହିତ୍ୟ ଭାରତୀ ସମ୍ମାନ ପାଇବେ ଲୋକ ସାହିତ୍ୟିକ ଡକ୍ଟର ଅରବିନ୍ଦ ପଟ୍ଟନାୟକ

ଭୁବନେଶ୍ବର(କେନ୍ଯୁଜ୍): ଚଳିତବର୍ଷର ମର୍ଯ୍ୟାଦା ଜନକ ସାହିତ୍ୟ ଗଙ୍ଗାଧର ରଥ ଫାଉଣ୍ଡେସନ ତରଫରୁ ପ୍ରଦାନ କରାଯାଉଥିବା ସାହିତ୍ୟ ଭାରତୀ ସମ୍ମାନ ପାଇବେ ଲୋକ ସାହିତ୍ୟିକ ଡକ୍ଟର ଅରବିନ୍ଦ ପଟ୍ଟନାୟକ । ସେହିଭଳି ଫାଉଣ୍ଡେସନର ପ୍ରତିଷ୍ଠାତା ଗଙ୍ଗାଧର ରଥ ସ୍ମାରକୀ ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଆଇନ ବିଶାରଦ ଜଗନ୍ନାଥ ପଟ୍ଟନାୟକ ।

ଚଳିତବର୍ଷ ଭାନୋଜି ରାଓ ସମ୍ମାନରେ ସମ୍ମାନିତ ହେବେ ଡକ୍ଟର ଅମରେନ୍ଦ୍ର ଖଟୁଆ । ଡକ୍ଟର ସୁରେଶ ଚନ୍ଦ୍ର ଛୋଟରାୟଙ୍କୁ ମିଳିବ ବୀଣା ପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ଓ ସୁବ୍ରତ ରଥ ସ୍ମାରକୀ ପୁରସ୍କାର ପାଇବେ ଲେଖକ ତଥା ଶିକ୍ଷାବିତ ଡକ୍ଟର ସଂଘମିତ୍ରା ଭଞ୍ଜ ଓ କଥାକାର କ୍ଷେତ୍ରବାସୀ ନାୟକ ।

ଏହି ସମ୍ମାନ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ କଳାବିକାଶ କେନ୍ଦ୍ରରେ ପ୍ରଦାନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ପାଦିକା ସୁସ୍ମିତା ରଥ ସୂଚନା ଦେଇଛନ୍ତି । ତେବେ ଏହି ସମ୍ମାନଜନକ ସାହିତ୍ୟ ଭାରତୀ ପୁରସ୍କାର ଦୀର୍ଘ ୨୭ ବର୍ଷ ହେବ ରାଜ୍ୟର ବିଭିନ୍ନ କୋଣ ଅନୁକୋଣର ସାହିତ୍ୟ କ୍ଷେତ୍ରରେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି।