ଭିଜିଲାନ୍ସ ଜାଲରେ ଖାଦ୍ୟ ଓ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ଚାଲିଛି ଚଢାଉ

ଛତ୍ରପୁର(କେନ୍ୟୁଜ): ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ। ଗଜପତି ପୂର୍ବତନ ସିଏସଓ ତଥା ରାଜ୍ୟ ମୁଖ୍ୟାଳୟ ସାଧାରଣ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ କରୁଛି ଭିଜିଲାନ୍ସ। ଏକକାଳୀନ ୫ ଟି ସ୍ଥାନରେ ଚାଲିଛି ଚଢ଼ାଉ। ୪ ଡ଼ିଏସପି, ୮ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ଚଢ଼ାଉରେ ସାମିଲ।

ଛତ୍ରପୁର ରାମନଗର ପ୍ରଥମ ଲେନରେ ଥିବା ଦୁଇ ମହଲା ଘରେ ଚଢ଼ାଉ। ରାମ ନଗରରେ ଥିବା ମାର୍କେଟ କଂପ୍ଲେକ୍ସରେ ଚାଲିଛି ଯାଞ୍ଚ। ବ୍ରହ୍ମପୁର ଖାରବେଳ ନଗର ତୃତୀୟ ଲେନରେ ଥିବା ଦୁଇ ମହଲା ଘରେ ଚଢ଼ାଉ। ବାଲେଶ୍ଵର ଅଙ୍ଗାରଗାଡ଼ିଆରେ ଥିବା ତାଙ୍କ ବଡ଼ ଝିଅଙ୍କ ଘରେ ଚଢ଼ାଉ। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥିବା ତାଙ୍କର ମା ରେସିଡେନ୍ସି ନାମକ ଓୟୋ ହୋଟେଲରେ ଚାଲିଛି ଯାଞ୍ଚ। ସ୍ଥାବର ଅସ୍ଥାବର ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ।