ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ଗାଁକୁ ପ୍ରଥମ ଥର ପାଇଁ ଗଡ଼ିଲା ବସ୍‌

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ବ ଗାଁକୁ ପ୍ରଥମ ଥର ପାଇଁ ଗଡ଼ିଲା ବସ୍‌ । ଜିଲ୍ଲାପାଳ ମନୀଷ ଅଗ୍ରୱାଲ୍‌, ଚିତ୍ରକୋଣ୍ଡା ବିଧାୟକ ସରକାରୀ ବସ୍‌ର ଉଦ୍‌ଘାଟନ କରିଥିଲେ ।

ସୂଚନା ଅନୁଯାୟୀ, ପୂର୍ବରୁ କେବେ ମାଲକାନଗିରିରୁ ସିଧାସଳଖ ବସ୍‌ ଯାତାୟାତ କରିନଥିଲା । ତେବେ ଅଞ୍ଚଳରେ ରାସ୍ତା କାମ ସମ୍ପୂର୍ଣ୍ଣ ହେବା ପରେ ବସ୍‌ ସେବା ଆରମ୍ଭ ହୋଇଛି । ଦୀର୍ଘ ୭୦ ବର୍ଷ ପରେ ବସ୍‌ ଗଡ଼ିବା ପରେ ଅଞ୍ଚଳବାସୀଙ୍କ ମନରେ ଖୁସୀର ଲହରୀ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.