ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ

ଭୁବନେଶ୍ବର: ଜୁଲାଇ ମାସର ଦ୍ୱିତୀୟ ସାପ୍ତାହିକ ସଟ୍‌ଡାଉନ୍‌ର ଆଜି ପ୍ରଥମ ଦିନ । ୧୭ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ସଟ୍‌ଡାଉନ୍‌ ରହିବ । ସଟ୍‌ଡାଉନ୍ ରଖାଯାଥିବା ଜିଲ୍ଲାରେ କରୋନା ଆକ୍ଟିଭ୍‌ କେସ୍‌ ଅଧିକ ଥିବାରୁ ସପ୍ତାହିତ ସଟଡାଉନ୍‌ ଜାରି ରହିବ ।

୧୭ଟି ଜିଲ୍ଲା ଭିତରେ ପ୍ରଥମେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲା ସଟ୍‌ଡାଉନ୍‌ ରହିବା ନେଇ ଘୋଷଣା କରାଯାଇଥିଲା । ହେଲେ ପରେ ଆଉ ୭ ଜିଲ୍ଲା ରାୟଗଡ଼ା, କୋରାପୁଟ, କନ୍ଧମାଳ, କେନ୍ଦ୍ରାପଡ଼ା, ବଲାଙ୍ଗିର, ବରଗଡ଼ ଓ ଢେଙ୍କାନାଳରେ ଜୁଲାଇ ୩୧ ପର୍ଯ୍ୟନ୍ତ ସପ୍ତାହିକ ସଟ୍‌ଡାଉନ୍‌ ଘୋଷଣା କରିଥିଲେ ଜିଲ୍ଲାପାଳ। ଏସବୁ ଜିଲ୍ଲାରେ କରୋନା ଆକ୍ଟିଭ୍‌ କେସ୍‌ ଅଧିକ ଥିବାରୁ ସପ୍ତାହିତ ସଟଡାଉନ୍‌ ଜାରି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.