ଚାନ୍ଦବାଲିରେ ଜବରଦଖଲ ଉଚ୍ଛେଦ ଆରମ୍ଭ, ନୂଆ ରୂପରେଖ ଓ ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡିଛି ପ୍ରଶାସନ

ଚାନ୍ଦବାଲି: ଚାନ୍ଦବାଲିରେ ଜବରଦଖଲ ଉଚ୍ଛେଦ ଆରମ୍ଭ । ଚାନ୍ଦବାଲିକୁ ନୂଆ ରୂପରେଖ ଦେବା ସହ ସୌନ୍ଦର୍ଯ୍ୟକରଣ ପାଇଁ ଅଣ୍ଟା ଭିଡିଛି ପ୍ରଶାସନ । ଏଥିପାଇଁ ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ଜବର ଦଖଲ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ ।

ଚାନ୍ଦବାଲି ତହସିଳଦାରଙ୍କ ନେତୃତ୍ୱରେ ବସଷ୍ଟାଣ୍ଡ ନିକଟରେ ଥିବା ୪୦ରୁ ଉର୍ଦ୍ଧ୍ୱ ଦୋକାନ ଗୃହ ଉଚ୍ଛେଦ କରାଯାଉଛି । ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ସରକାରି ଜାଗାରେ ପଡିଥିବା କିଛି ଗୁମୁଟିକୁ ମଧ୍ୟ ଉଚ୍ଛେଦ କରାଯାଇଛି । ତେବେ ଦୀର୍ଘ ବର୍ଷ ହେଲା ଦୋକାନ ଗୃହ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ଦୋକାନୀ ଥଇଥାନ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.