ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣା: PCCFଙ୍କୁ ରିପୋର୍ଟ ମାଗିଲେ ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ

କେନ୍ୟୁଜ୍(ବ୍ୟୁରୋ):  ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ଘଟଣାରେ ରିପୋର୍ଟ ମାଗିଲେ ରାଜ୍ୟ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ନିଆଁ ଲାଗିବା କାରଣ ଓ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ PCCFଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି।  ସେପଟେ ଜଙ୍ଗଲରେ ନିଆଁ ଲିଭାଇବା ପାଇଁ ଚେଷ୍ଟା ଚାଲିଛି। PCCF ୱାଇଲ୍‌ଡ ଲାଇଫ୍ ଶଶୀ ପଲ୍ ସ୍ଥିତି ଅନୁଧ୍ୟାନ କରିବାକୁ ଅଭୟାରଣ୍ୟକୁ ଯାଇଛନ୍ତି। ସେଠାରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନିଆଁ ଲିଭାଇବା ପାଇଁ ଫାୟାର ଲାଇନ ଓ ବ୍ଲୋୟର ଆଦି ନିୟୋଜିତ କରାଯାଇଛି। ଅଫିସରମାନେ ଫିଲ୍ଡରେ ରହି ମନିଟରିଂ କରୁଛନ୍ତି।

ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଆଉ ଗୋଟେ ଜାଗାରେ ଲାଗି ଯାଉଛି। ତେବେ କୌଣସି ବନ୍ୟପ୍ରାଣୀଙ୍କର ମୃତ୍ୟୁ ହେବା ନେଇ ସୂଚନା ନାହିଁ ବୋଲି କହିଛନ୍ତି PCCF ୱାଇଲ୍‌ଡ ଲାଇଫ୍ ଶଶୀ ପଲ୍‌। ୧୦ ଦିନ ହେଲା ଶିମିଳିପାଳରେ ନିଆଁ ଲାଗି ବହୁ ମୂଲ୍ୟବାନ ଗଛଜଳି ପୋଡି ଯିବା ସହ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏବେ ଶିମିଳିପାଳରେ ନିଆଁକୁ ଆୟତ୍ତ କରାଯାଉଛି । ନିଆଁ ଲିଭାଇବାକୁ ୮୦୦ ଜଣ ବନ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ୨୪୦ ଫ୍ଲାୟାର ବ୍ଲୋୟର ଓ ୨୫୦ ୱାଚର ନିୟୋଜିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.