କରୋନା ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍ ନେଲେ ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବ
ଟିମ୍ ଇଣ୍ଡିଆର ପୂର୍ବ କ୍ରିକେଟର କପିଲ ଦେବ ବୁଧବାର ଦିଲ୍ଲୀର ଫୋର୍ଟିସ ହସ୍ପିଟାଲରେ କରୋନା ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍ ନେଇଛନ୍ତି। କପିଲ ଦେବଙ୍କ ପୂର୍ବରୁ ଟିମ୍ର ବର୍ତ୍ତମାନର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ସନ୍ଦୀପ ପାଟିଲ ଓ ମଦନଲାଲ କରୋନାର ଟିକା ନେଇଛନ୍ତି।
ଭାରତରେ ଏବେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହୋଇଛି। ମାର୍ଚ୍ଚ ୧ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ଏମ୍ସକୁ ଯାଇ କରୋନା ଟିକା ନେଇଛନ୍ତି। ରବି ଶାସ୍ତ୍ରୀ ଏବେ ଭାରତୀୟ ଟିମ୍ ସହ ଅହମ୍ମଦାବାଦରେ ଅଛନ୍ତି। ଏଠାରେ ଗୁରୁବାରଠାରୁ ଚତୁର୍ଥ ତଥା ଶେଷ ଟେଷ୍ଟ ଖେଳାଯିବ।
Delhi: Veteran cricketer Kapil Dev received his first dose of #COVID19Vaccine at Fortis Hospital today. pic.twitter.com/Gpn5vMRz39
— ANI (@ANI) March 3, 2021
ଟିକା ନେବା ପରେ ଶାସ୍ତ୍ରୀ ଟ୍ଵିଟ୍ କରି ଲେଖିଥିଲେ, କୋଭିଡ୍-୧୦ ଭ୍ୟାକ୍ସିନ୍ର ପ୍ରଥମ ଡୋଜ୍ ନେଲି। ମହାମାରୀ ବିରୋଧରେ ଭାରତକୁ ସଶକ୍ତ କରିବା ପାଇଁ ଅଦ୍ଭୁତ ଚିକିତ୍ସା ବାହାର କରିଥିବା ଗବେଷକ ଓ ବୈଜ୍ଞାନିକଙ୍କୁ ଧନ୍ୟବାଦ। ଅହମ୍ମଦାବାଦର କାନ୍ତାବେନ୍ ଓ ତାଙ୍କ ଆପୋଲୋ ଟିମ୍ ଯେଉଁଭଳି ଭାବେ କୋଭିଡ୍-୧୯ ଟିକାକରଣର ପ୍ରଫେସନାଲିଜମ୍ ଦେଖାଉଛନ୍ତି ତା ଦେଖି ସେ ଖୁବ୍ ପ୍ରଭାବିତ ହୋଇଛନ୍ତି। ତେବେ ଟିମ୍ ଇଣ୍ଡିଆର ବାକି ଖେଳାଳି ମଧ୍ୟ ଏବେ ଟିକା ନେବେ ନା ନାହିଁ ସେ ନେଇ କୌଣସି ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ ଯେ ସୋମବାର ଅର୍ଥାତ୍ ୧ ମାର୍ଚ୍ଚରୁ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକ ଓ ଅନ୍ୟ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ କରୋନା ଭ୍ୟାକ୍ସିନ୍ ସରକାରୀ ହସ୍ପିଟାଲରେ ନିଃଶୁଳ୍କ ଦିଆଯିବ। ସେହିପରି ପ୍ରାଇଭେଟ୍ ହସ୍ପିଟାଲରେ ଏଥିପାଇଁ କିଛି ଟଙ୍କା ଦେବାକୁ ପଡ଼ିବ।