ଅଫିସ୍ରେ ଝଗଡ଼ା ହୋଇଗଲେ ତୁରନ୍ତ ମୁଡ୍ ଠିକ୍ କରିବା ପାଇଁ ଆପଣାନ୍ତୁ ଏହି ୪ ଉପାୟ, ଷ୍ଟ୍ରେସ୍ରେ ବି ରହିବେ କୁଲ୍
ପ୍ରାଇଭେଟ୍ ଅଫିସ୍ର କଲ୍ଚର ବହୁତ ଷ୍ଟ୍ରେସ୍ପୂର୍ଣ୍ଣ ହୋଇଥାଏ। ଏଠାରେ କର୍ମଚାରୀମାନଙ୍କୁ ନିଜକୁ ପରଫେକ୍ଟ ପ୍ରମାଣିତ କରିବା ପାଇଁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ। ଏହି ଷ୍ଟ୍ରେସ୍ ଭିତରେ ଅନେକ ଥର ଆପଣଙ୍କର କାହା ସହିତ ତୁତୁ ମେଁ ମେଁ ବି ହୋଇଯାଇଥାଏ। ବିଶେଷ କରି ଅଫିସ୍ ବସ୍ଙ୍କ ସହିତ ଏଭଳି ପରିସ୍ଥିତି ଉପୁଜିଲେ ଷ୍ଟ୍ରେସ୍ ଆହୁରି ବଢ଼ିଯାଇଥାଏ। ତେଣୁ ଜରୁରୀ କି, ଆପଣ ନିଜ ମସ୍ତିଷ୍କକୁ ଯେତେ ସମ୍ଭବ ଥଣ୍ଡା ରଖନ୍ତୁ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯଦ୍ଦ୍ଵାରା ଆପଣ ଷ୍ଟ୍ରେସ୍ଫୁଲ୍ ପରିବେଶରେ ମଧ୍ୟ ନିଜକୁ କୁଲ୍ ରଖି ପାରିବେ।
୧. ଡିପ୍ ବ୍ରିଦିଙ୍ଗ୍: ଗଭୀର ନିଃଶ୍ୱାସ ନେବା ଦ୍ୱାରା ଶରୀରରେ ଅକ୍ସିଜେନର ମାତ୍ରା ବଢ଼ିଯାଇଥାଏ, ଯଦ୍ଦ୍ଵାରା ବ୍ରେନ୍ ରିଲାକ୍ସ ହୋଇଥାଏ। ଯେତେବେଳେ ଆପଣଙ୍କ ମନ ଶାନ୍ତ ହୁଏ, ତ ସେତେବେଳେ ଶରୀରରେ ଫିଲ୍ ଗୁଡ୍ ହର୍ମୋନ୍ ରିଲିଜ୍ ହୋଇଥାଏ ଏବଂ ଆପଣ ଭଲ ଅନୁଭବ କରିଥାଆନ୍ତି।
୨. ମୁକ୍ତ ବାୟୁ: ଯଦି ଅଫିସ୍ରେ କାହା ସହିତ କିମ୍ବା ବସ୍ଙ୍କ ସହିତ ଝଗଡ଼ା ହୋଇଯାଇଛି, ତ ମୁଡ୍ ଠିକ୍ କରିବା ପାଇଁ କିଛି ସମୟ ବ୍ରେକ ନେଇ ମୁକ୍ତ ବାୟୁ ଗ୍ରହଣ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଭଲ ଲାଗିବ।
୩. ମ୍ୟୁଜିକ୍: ମୁଡ୍ ଖରାପ ହେଲେ ଆପଣ କୌଣସି ବି ପିଜିଟିଭ୍ ଗୀତ ଶୁଣିପାରିବେ। ଏମିତି କରିବା ଦ୍ୱାରା ଭିତରେ ଏଣ୍ଡୋର୍ଫିନ ହର୍ମୋନ ରିଲିଜ୍ ହୋଇଥାଏ, ଯାହାକି ଆପଣଙ୍କୁ ଭଲ ଲାଗିପାରେ।
୪. ସ୍ମାଇଲ: ଅଫିସ୍ରେ ଝଗଡ଼ା ହୋଇଗଲେ ଦିନଟି ଜମାରୁ ବି ଭଲ ଲାଗି ନ ଥାଏ। କିନ୍ତୁ ଯଦି ଆପଣ ସ୍ମାଇଲ୍ କରିବେ, ତା’ହେଲେ ଏହା ଏକ ଟନିକ୍ ରୂପେ କାମ ଦେବ।