Below header

ଭଦ୍ରକ: ବାଇକରେ ଚାଲାଣ ହେଉଥିବା ବେଳେ ୨୬୫ ଗ୍ରାମ ଧଳାଜହର ଜବତ,୩ ଗିରଫ

ଭଦ୍ରକ(କେନ୍ୟୁଜ୍): ଭଦ୍ରକରୁ ପୁଣି ଜବତ ହେଲା ବ୍ରାଉନସୁଗାର। ବାଇକରେ ଚାଲାଣ ହେଉଥିବା ବେଳେ ୨୬୫ଗ୍ରାମ ଧଳାଜହର ଜବତ ହୋଇଛି। ଏଥିରେ ସଂପୃକ୍ତି ନେଇ ୩ଜଣଙ୍କୁ ଗିରଫ କରାଯାଇଛି। ବ୍ରାଉନ ସୁଗର ଚାଲାଣ ବେପାର ନେଇ ଧୁଷୁରୀ ପୋଲିସ ଖବର ପାଇଥିଲା। ପୋଲିସ ର ଏକ ଟିମ ଭଦ୍ରକ ଆରଡ଼ି ରାସ୍ତାର ଉଚ୍ଚପଦା ଛକ ନିକଟରେ ଜଗି ରହିଥିଲେ। ଅସୁରାଳି ବିଦ୍ୟୁତ ଷ୍ଟ୍ରକ୍‌ଚର ନିକଟରେ ବାଇକରେ ଯାଉଥିବା ୩ଜଣଙ୍କୁ ଅଟକାଇଥିଲା ପୋଲିସ।

ଖାନତଲାସୀ ବେଳେ ସେମାନଙ୍କ ନିକଟରୁ ୨୬୫ ଗ୍ରାମ ବ୍ରାଉନସୁଗାର ମିଳିଥିଲା। ଏହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି। ଏହା ସହ ସେମାନଙ୍କ ନିକଟରୁ ୧୨ଟି ମୋବାଇଲ ଫୋନ, ନଗଦ ୩୦ ହଜାରରୁ ଅଧିକ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.