Below header

ବାଘର ଚାଲିଛି ଚିକିତ୍ସା, ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା

ଅସୁସ୍ଥ ବାଘର ଚାଲିଛି ଚିକିତ୍ସା। ଗତକାଲି ଧରମବନ୍ଧା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିଲିଆରିବାହରା ଗାଁ ନିକଟରୁ ବନବିଭାଗ ଗୋଟିଏ କଲରାପତରିଆ ବାଘକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ନୂଆପଡା(କେନ୍ୟୁଜ୍): ଅସୁସ୍ଥ ବାଘର ଚାଲିଛି ଚିକିତ୍ସା। ଗତକାଲି ଧରମବନ୍ଧା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସିଲିଆରିବାହରା ଗାଁ ନିକଟରୁ ବନବିଭାଗ ଗୋଟିଏ କଲରାପତରିଆ ବାଘକୁ ଅସୁସ୍ଥ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ବନବିଭାଗ ବାଘକୁ ନୂଆପଡା ରେଞ୍ଜ କାର୍ଯ୍ୟାଳୟକୁ ଆଣି ଚିକିତ୍ସା କରୁଛି । ଅଂଶୁଘାତରେ ଅସୁସ୍ଥ ହୋଇଥିବା ସନ୍ଦେହ କରି ବାଘକୁ ଚିକିତ୍ସା କରାଯାଉଥିବା ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ସଚ୍ଚିଦାନନ୍ଦ ପଣ୍ଡା ସୂଚନା ଦେଇଛନ୍ତି ।

ତାର ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିବା ସୂଚନା ଦେଇଛନ୍ତି ଖଡ଼ିଆଳ ବନଖଣ୍ଡ ଅଧିକାରୀ। ନୂଆପଡା ଜିଲ୍ଲାରେ ଗତ କିଛି ମାସ ଧରି ବାଘ ଆତଙ୍କ ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.