ଖରା ଆରମ୍ଭରୁ ଜଳିଲାଣି ଜଙ୍ଗଲ, ପାଉଁଶ ହୋଇଯାଉଛି ମୂଲ୍ୟବାନ ବୃକ୍ଷରାଜି-ଜୀବଜନ୍ତୁ

ଜଳୁଛି ଜଙ୍ଗଲ । ରେଢାଖୋଲ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ବେପରୁଆ କିଛି ଦୁବୃର୍ତ୍ତଙ୍କ ପାଇଁ ନାକେଦମ ହେଉଛି ବନବିଭାଗ । ଖୋଲଗଡ, ରାଇଲ, ହାତୀଧରା, ଟାଲ ସଂରକ୍ଷିତ ଜଙ୍ଗଲ ସମେତ ବଡବାହାଲ ରେଞ୍ଜର ହାତୀବାହଳ, ପଣ୍ଡକିମାଳ ଆଦି ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗି ଛୋଟ ବଡ଼ ଗଛ ଜଳିଯାଉଛି।

ରେଢାଖୋଲ (କେନ୍ୟୁଜ): ଜଳୁଛି ଜଙ୍ଗଲ । ରେଢାଖୋଲ ବନଖଣ୍ଡର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ବେପରୁଆ କିଛି ଦୁବୃର୍ତ୍ତଙ୍କ ପାଇଁ ନାକେଦମ ହେଉଛି ବନବିଭାଗ । ଖୋଲଗଡ, ରାଇଲ, ହାତୀଧରା, ଟାଲ ସଂରକ୍ଷିତ ଜଙ୍ଗଲ ସମେତ ବଡବାହାଲ ରେଞ୍ଜର ହାତୀବାହଳ, ପଣ୍ଡକିମାଳ ଆଦି ଜଙ୍ଗଲ ଗୁଡ଼ିକରେ ନିଆଁ ଲାଗି ଛୋଟ ବଡ଼ ଗଛ ଜଳିଯାଉଛି। ବଡ ବଡ ଶାଳ ଗଛ ତଳେ ଛୋଟ ଛୋଟ ମୂଲ୍ୟବାନ ଗଛ ଗୁଡିକ ମଧ୍ୟ ପୋଡି ଧ୍ବଂସ ହୋଇଯାଉଛି। ବର୍ତ୍ତମାନ ମହୁଲଫୁଲ ଓ କେନ୍ଦୁପତ୍ର ଗୁଛା ନିଆଁ ଲାଗିବାର ମୁଖ୍ଯ କାରଣ ସାଜିଛି। ବେପରୁଆ କିଛି ଲୋକ ମହୁଲଫୁଲ ସଂଗ୍ରହ ପାଇଁ ଜଙ୍ଗଲରେ ନିଆଁ ଲଗେଇ ଦେଉଛନ୍ତି। ବନବିଭାଗ ପକ୍ଷରୁ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ଯ ଏହାର ସୁଫଳ ମିଳୁନି। ସେପଟେ ଏନେଇ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ I

ଜଙ୍ଗଲ ନିଆଁରୁ ନିସ୍ତାର ପାଉନାହାନ୍ତି ବନ୍ୟଜନ୍ତୁ ଓ ସରୀସୃପ । ବହୁ ବନ୍ୟଜନ୍ତୁ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଉଛନ୍ତି । ସେପଟେ ଜଙ୍ଗଲ ନିଆଁ ପାଇଁ ରେଢାଖୋଲରେ ତାପମାତ୍ରା ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସମଗ୍ର ଅଞ୍ଚଳ ଧୂଆଁମୟ ହୋଇ ପରିବେଶକୁ ପ୍ରଦୂଷିତ କରୁଛି । ତେବେ ଜଙ୍ଗଲରେ କେନ୍ଦୁପତ୍ର ତୋଳାଳି ଓ ମହୁଲ ସଂଗ୍ରହକାରୀମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହେଉଛି । ପ୍ରତିବର୍ଷ ଜଙ୍ଗଲ ପୋଡି ଯୋଗୁଁ ଜିଲ୍ଲାର ୪୦ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇଯାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ସବୁଜ ବଣ ପରିବେଷ୍ଟିତ ଦେବଗଡ଼ ଜିଲ୍ଲା ଟାଙ୍ଗରା ଭୂଇଁରେ ପରିଣତ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।

You might also like