ଜଳିଚାଲିଛି ଜଙ୍ଗଲ: ନିଆଁ ଲଗାଇଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ; ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ

ବିଭିନ୍ନ ସ୍ଥାନରେ ଲିଭୁନି ବନାଗ୍ନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ଶହ ୫୭ଟି ସ୍ଥାନରେ ନିଆଁ ଲାଗିଛି । ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ସାଟେଲାଇଟ୍‌ ଚିତ୍ରରୁ ଏକଥା ଜଣା ପଡିଛି । ରାଜ୍ୟରେ ବନାଗ୍ନି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

(କେନ୍ୟୁଜ): ରାଜ୍ୟରେ ଚିନ୍ତା ବଢ଼ାଇଛି ଜଙ୍ଗଲ ନିଆଁ । ବିଭିନ୍ନ ସ୍ଥାନରେ ଲିଭୁନି ବନାଗ୍ନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭ଶହ ୫୭ଟି ସ୍ଥାନରେ ନିଆଁ ଲାଗିଛି । ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ସାଟେଲାଇଟ୍‌ ଚିତ୍ରରୁ ଏକଥା ଜଣା ପଡିଛି । ରାଜ୍ୟରେ ବନାଗ୍ନି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବା ପାଇଁ ବିଭାଗୀୟ ଦକ୍ଷତା ବୃଦ୍ଧି କରାଯିବ । ଏଥିପାଇଁ ବିଭିନ୍ନ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ।

ଜନସଚେତନତା ଅଭିଯାନରେ ସ୍ୱେଚ୍ଛାସେବୀ ସଂସ୍ଥା, ସ୍ଥାନୀୟ ଜନପ୍ରତିନିଧି, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଓ ସାମାଜିକ କର୍ମୀଙ୍କୁ ସାମିଲ ନେଇ ଯୋଜନା କରାଯାଇଛି । ରାଜ୍ୟରେ ଜାନୁଆରୀରୁ ଜୁନ୍‌ ଭିତରେ ବନାଗ୍ନିର ବ୍ୟାପକତା ଅଧିକ ଆଶଙ୍କା ଥିବାରୁ ଅନୁଧ୍ୟାନ ପ୍ରକ୍ରିୟାକୁ ତୃଣମୂଳସ୍ତରରୁ ଦୃଢ଼ କରିବାକୁ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ଡିଭିଜନ୍‌ ଓ ରାଜ୍ୟସ୍ତରୀୟ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟରେ ମନୁଷ୍ୟକୃତ ନିଆଁ ଯୋଗୁ ବନାଗ୍ନି ବଢୁଥିବାରୁ କଡ଼ାକଡ଼ି ଯାଞ୍ଚ ପାଇଁ କୁହାଯାଇଛି । ଗତ ଜାନୁଆରୀରୁ ଏଯାଏ ରାଜ୍ୟରେ ୧୪ହଜାର ୭୬୦ଟି ଜଙ୍ଗଲ ସ୍ଥାନରେ ନିଆଁ ଲାଗିଛି । ସେଥିରୁ ୧୪ ହଜାର ୩୯୩ଟି ସ୍ଥାନରେ ନିଆଁ ତୁରନ୍ତ ନିୟନ୍ତ୍ରଣ କରିଛନ୍ତି କ୍ଷେତ୍ରୀୟସ୍ତରୀୟ ଅଧିକାରୀ ଓ କର୍ମଚାରୀ । ୪୯ଟି ଉପଖଣ୍ଡରେ ୩୯୯ ଅଗ୍ନି ପ୍ରତିରୋଧ ସ୍କ୍ଵାଡ୍‌ ଗଠନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.