ହାତୀ ଆକ୍ରମଣରେ ବନ କର୍ମଚାରୀ ଗୁରୁତର, ଘଉଡାଇଲା ବେଳେ କଚାଡି ଦେଲା

ହାତୀ ଆକ୍ରମଣରେ ଗଜସାଥି ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଧୀନ ବୁଦେଲଗୁମା ଗାଁ ନିକଟରେ । ଗୁରୁତର ଜଙ୍ଗଲ ବିଭାଗ କର୍ମଚାରୀ ବା ଗଜସାଥିଜଣକ ହେଉଛନ୍ତି ରବି ମାଝୀ ।

ବଲାଙ୍ଗିର(କେନ୍ୟୁଜ): ହାତୀ ଆକ୍ରମଣରେ ଗଜସାଥି ଗୁରୁତର । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଧୀନ ବୁଦେଲଗୁମା ଗାଁ ନିକଟରେ । ଗୁରୁତର ଜଙ୍ଗଲ ବିଭାଗ କର୍ମଚାରୀ ବା ଗଜସାଥିଜଣକ ହେଉଛନ୍ତି ରବି ମାଝୀ |

ବୁଦେଲଗୁମା ଗାଁ ନିକଟକୁ ଦଶଟି ଜଙ୍ଗଲି ହାତୀ ଚାଲି ଆସିଥିବା ନେଇ ବନ ବିଭାଗ ଖବର ପାଇଥିଲା। ଏହାପରେ ଅନ୍ୟ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ରବି ମାଝୀ ମଧ୍ୟ ଆଜି ଭୋରରୁ ହାତୀ ଘଉଡ଼ାଇବାକୁ ବୁଦେଲଗୁମା ଗାଁକୁ ଯାଇଥିଲେ।

ହାତୀ ଆସିଥିବା ଖବର ପାଇ ଧୀରେ ଧୀରେ ଲୋକଙ୍କ ଭିଡ଼ ଜମିବାକୁ ଲାଗିଲା। ଏହି ସମୟରେ ଅଧିକ କୋଳାହଳ ହେତୁ ହଠାତ୍ ରବି ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଉଠାଇ ନେଇ କଚାଡି ଦେଇଥିଲା ।

ହାତୀ ଆକ୍ରମଣରେ ରବିଙ୍କ ହାତ ଭାଙ୍ଗିଯାଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଛି । ଏବେବି ଉଡ଼ାର ନିକଟରେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରୀ ରଖିଛି ଜଙ୍ଗଲ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.