ଖୋର୍ଦ୍ଧା: ଟାଙ୍ଗୀରେ ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର, ଏମସରେ ହେଲେ ଭର୍ତ୍ତି

ଟାଙ୍ଗୀ(କେନ୍ୟୁଜ୍):  ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର। ପ୍ରଥମେ ତାଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମସକୁ  ସ୍ଥାନାନ୍ତର କରାଯାଇଛି। ଗୁରୁତର ଫରେଷ୍ଟ ଅଫିସରଙ୍କ ନାମ ସୌରି କୁମାର ପାତ୍ର ଓ ତାଙ୍କ ବୟସ ୩୬ ବର୍ଷ। ଫରେଷ୍ଟର ଶ୍ରୀ ପାତ୍ର ଖୋର୍ଦ୍ଧା ଡିଭିଜନ୍ ରଣପୁର ରେଂଜ୍  ଶଙ୍ଖଯୋଡି ସେକସନରେ ଫରେଷ୍ଟ ଅଫିସର ଭାବେ କାର୍ଯ୍ୟ କରୁଥିଲେ।

ତେବେ ଗତ କାଲି ରାତିରେ ଟାଙ୍ଗୀ  ରେଞ୍ଜ ଉଦୁଗିରି ଜଙ୍ଗଲରୁ ଗୋଟିଏ ଗୋଠ ଛଡା ଦନ୍ତା  ଉଦୁଗିରି ଜଙ୍ଗଲରୁ ବାହାରି ଟାଙ୍ଗୀ ନିକଟସ୍ଥ ରଣପୁର ରେଞ୍ଜ  ଉପେନ୍ଦ୍ରପୁର  ଗ୍ରାମ ନିକଟକୁ  ପଳାଇ ଯାଇ ଜଣଙ୍କର ବାରି ପଟେ ପଶିଥିଲା। ଖବର ପାଇ ବନ କର୍ମଚାରୀ ମାନେ ଦନ୍ତାକୁ ଘଉଡାଇବା ବେଳେ ଦନ୍ତା ଅତର୍କିତ ଭାବେ ପ୍ରତି ଆକ୍ରମଣ କରିଥିଲା। ତେବେ ଫରେଷ୍ଟ ଅଫିସର ଜଣଙ୍କ ଏକୁଟିଆ ପଡି ଯିବାରୁ ତାଙ୍କୁ ଦନ୍ତା ହାତୀଟି ଆକ୍ରମଣ କରିଥିଲା। ଦନ୍ତା ଟି ଫରେଷ୍ଟର ସୌରି ପାତ୍ରଙ୍କ ଛାତି ଉପରେ ଖୋଜ ପକାଇଥିବା ଜଣା ପଡିଛି। ଖବର ପାଇ ଟାଙ୍ଗୀ ବନ୍ୟ ପ୍ରାଣୀ ରେଂଜ୍ ଅଫିସର ଚୁଡାରାଣୀ ମୁର୍ମୁ ସଦଳେ ବଳେ ଘଟଣା ସ୍ଥଳରେ ପହଞ୍ଚି  ସୌରି ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କର ଛାତି ହାଡ ଭାଙ୍ଗି ଯାଇଥିବା ଅନୁମାନ କରାଯାଊଛି। ପରେ ତାଙ୍କର ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱର ଏମସକୁ ସ୍ଥାନାନ୍ତର କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.