ସରକାରୀ ଚାକିରି ଦେବାରେ ଶନିଙ୍କର ଥାଏ ବିଶେଷ ଭୂମିକା, ଜାଣନ୍ତୁ କଣ କହୁଛି ଜ୍ୟୋତିଷ ଶାସ୍ତ୍ର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସରକାରୀ ଚାକିରି ଦେବାରେ ଶନିଦେବଙ୍କର ଗୁରୁତ୍ବପୁର୍ଣ୍ଣ ଭୂମିକା ରହିଛି। କାରଣ ଶନିଙ୍କୁ କର୍ମର କାରକ ବୋଲି କୁହାଯାଏ। ଏହା ସହିତ ଜାତକର ମୁଖ୍ୟ କାରକ ଶନିଙ୍କୁ ହିଁ କୁହାଯାଏ। ଜାତକରେ ସୂର୍ଯ୍ୟ ଦେବତା ଦଶମ ଏବଂଏକାଦଶ ସ୍ଥାନରେ ମଜବୁତ୍ ସ୍ଥିତିରେ ରହିଥିଲେ ଏବଂ ଜାତକରେ ପାଞ୍ଚ ମହାଯୋଗରେ ଦୁଇଟି ବିଦ୍ୟମାନ ଥିଲେ ସରକାରୀ ଚାକିରି ପକ୍କା ବୋଲି କୁହାଯାଏ।

ଜାତକରେ ଦଶମ ସ୍ଥାନରେ ଶନି ମଜବୁତ ସ୍ଥିତିରେ ରହିଥିଲେ ସରକାରୀ ଚାକିରିର ଯୋଗ ବହୁତ ଅଧିକ ରହିଥାଏ। ଏହାଛଡା ଶନିଙ୍କର ସ୍ଥିତି ଭଲ ଥିଲେ ସରକାରୀ ଚାକିରି ମିଳିବାର ମଧ୍ୟ ଯୋଗ ହୋଇଥାଏ। ମନୁଷ୍ୟଙ୍କର କିଛିଟା ଭୁଲ ଅଭ୍ୟାସ ଏମିତି ହୋଇଥାଏ ଯେ ଯେଉଁ କାରଣରୁ ଜାତକରେ ସରକାରୀ ଯୋଗ ରହେନାହିଁ।

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବାପାଙ୍କ ଆଦର ନ କରିଲେ କିମ୍ବା ଅବହେଳା କଲେ ସରକାରୀ ଚାକିରି ମିଳି ନଥାଏ।।

-ଘରର ପୂର୍ବ ଦିଗକୁ ସଫା ନ ରଖିବା କାରଣରୁ ମଧ୍ୟ ସରକାରୀ ଚାକିରି ମିଳିନଥାଏ।

-ଏହାସହିତ ଆଳସ୍ୟ ହେବା କାରଣରୁ ମଧ୍ୟ ଜାତକରେ ସରକାରୀ ଚାକିରି ମିଳିନଥାଏ।

-ଠିକ ସମୟରେ ନ ଶୋଇବା କିମ୍ବା ଠିକ ସମୟରେ ନ ଉଠିବାରେ ମଧ୍ୟ ସରକାରୀ ଚାକିରିରେ ବାଧା ଉତ୍ପନ୍ନ ହୋଇଥାଏ।

-ବଡ ଭାଇଙ୍କୁ ବାପାଙ୍କ ସ୍ଥାନରେ ରଖାଯାଇଛି, ଏଥିପାଇଁ ତାଙ୍କୁ ନିରାଦାର କଲେ ମଧ୍ୟ ସରାକରୀ ଚାକିରି ମିଳିନଥାଏ।

-ଏହାଛଡା କିଛି  ଗ୍ରହ ଏମିତି ଅଛି ଯାହା ଜାତକରେ ରହିଥିଲେ ସରକାରୀ ଚାକିରିରୁ ବଞ୍ଚିତ ରହିବାକୁ ହୁଏ।

-ଯେତେବେଳେ ଜାତକରେ ସୂର‌୍ୟ୍ୟ-ରାହୁଙ୍କର ଗ୍ରହଣ ଦୋଷ ରହିଥାଏ ତେବେ ସରକାରୀ ଚାକିରି ମିଳିନଥାଏ।

-ଏହାସହିତ ଜାତକରେ ଚନ୍ଦ୍ର ଏବଂ କେତୁଙ୍କ ଗ୍ରହଣ ଦୋଷ ଥିଲେ ସରକାରୀ ଚାକିରି ବହୁତ ଦୂରରେ ରହିଥାଏ। ଏହାଛଡା ଦଶମ, ଛଅ କିମ୍ବା ଏକାଦଶ ସ୍ଥାନରେ ସ୍ବାମୀ ଭଲ ଅବସ୍ଥାରେ ନଥିଲେ ବ୍ୟକ୍ତି ସରକାରୀ ଚାକିରି କଥା ସ୍ବପ୍ନରେ ବି ଭାବିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.