ଚର୍ଚ୍ଚା ଜୋର, କଂଗ୍ରେସକୁ ଫେରିବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ!

କଂଗ୍ରେସକୁ ଫେରିବେ କି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ । ଏ ନେଇ କୋରାପୁଟରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଚର୍ଚ୍ଚା ଲାଗି ରହିଛି । ଏହାକୁ ନେଇ ଦକ୍ଷିଣ ଓଡ଼ିଶା ରାଜନୀତି ଚଳଚଞ୍ଚଳ । ଗମାଙ୍ଗଙ୍କୁ କଂଗ୍ରେସକୁ ଫେରାଇ ଆଣିବାକୁ କଂଗ୍ରେସର ଏକ ଗୋଷ୍ଠୀ ଉଦ୍ୟମ କରୁଥିବା ସୂଚନା ମିଳିଛି ।

ଜୟପୁର ବିଧାୟକ ତାରା ବାହିନୀପତି ମାସେ ଧରି ଗିରିଧର ଗମାଙ୍ଗଙ୍କ ସହ ଯୋଗାଯୋଗରେ ଅଛନ୍ତି । ଗମାଙ୍ଗ ପରିବାର କଂଗ୍ରେସକୁ ଫେରିଲେ ଅଭିବକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସ ଶକ୍ତିଶାଳୀ ହେବ ବୋଲି ତାରା କହିଛନ୍ତି । ଏକଦା ଦକ୍ଷିଣ ଓଡ଼ିଶାର କଂଗ୍ରେସର ମେରୁଦଣ୍ଡ ଥିଲେ ଗିରିଧର ।

୧୯୭୨ରୁ ୨୦୦୪ ପର୍ଯ୍ୟନ୍ତ ୯ ଥର କୋରାପୁଟ ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ସାଂସଦ ହୋଇଥିଲେ । ୨୦୧୫ରେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ତେବେ ଏ ବର୍ଷ ବିଜେପି ଛାଡି କେସିଆରଙ୍କ ବିଆରଏସ ଦଳରେ ଯୋଗ ଦେଇଥିଲେ ।  ତେବେ ଓଡ଼ିଶାରେ ଏ ଯାଏ ବିଆରଏସ ଆଗକୁ ବଢିନି । ଏ ନେଇ ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗ ସହ ଅଧିକ ଆଲୋଚନା କରିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.