ଢେଙ୍କାନାଳ ବାଲିକୁମା ଗାଁ ବହୁ ଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ: ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଲିକୁମା ଗାଁରେ ଘଟିଥିବା ୨୦୧୭ର ବହୁ ଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ହରି ପାତ୍ର ,ରଘୁ ଲୁହାର ,ଆନନ୍ଦ ପାତ୍ର ଓ ସୁଦର୍ଶନ ଲୁହାରକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌।

ଜୁନ ୨୦୧୭ରେ ବାଲିକୁମା ଗାଁରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା। ହରି ପାତ୍ର ଓ ରଘୁ ଲୁହାର ଦୁଷ୍କର୍ମ କରିବା ସହ ମହିଳାଙ୍କୁ ହତ୍ୟା କରିଥିଲେ। ସହଯୋଗ କରିଥିଲେ ଆନନ୍ଦ ପାତ୍ର ଓ ସୁଦର୍ଶନ ଲୁହାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.