ବ୍ରଜରାଜନଗରସ୍ଥିତ ହରିଓଁ ବିହାରରେ ଅଘଟଣ: ଘର ଭିତରେ ଶୋଇଥିବାବେଳେ ନିଆଁରେ ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର

ଝାରସୁଗୁଡ଼ା: ପୋଡ଼ିହୋଇ ଗୋଟିଏ ପରିବାରର ୪ ଗୁରୁତର। ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରସ୍ଥିତ ହରିଓଁ ବିହାରରେ ଆଜି ଭୋର ସମୟରେ ଏହି ଅଘଟଣ ଘଟିଛି। ଘର ଭିତରେ ଶୋଇଥିବାବେଳେ ନିଆଁରେ ୪ଜଣ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ମାଆ ବଲଜିତ କୌର, ଝିଅ ମଂଜିତ କୌର, ପୁଅ ରାଜେନ୍ଦ୍ର ସିଂହ ଓ ନାତୁଣୀ ।

ଗତକାଲି ବଲଜିତ କୌରଙ୍କ ସ୍ୱାମୀ ଗୁରମିତ ସିଂହଙ୍କ ଶ୍ରାଦ୍ଧ ବାର୍ଷିକୀ ଥିଲା। ଏଥିପାଇଁ ଘରେ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ପରେ ରାତିରେ ସମସ୍ତେ ଶୋଇଥିବାବେଳେ ଏହି ଅଘଟଣ ଘଟିଛି। ସେମାନଙ୍କୁ ଉଦ୍ଧାର କରାଯାଇ ରାଉରକେଲା IGHରେ ଭର୍ତ୍ତି କରାଯାଇଛି। କିପରି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେନେଇ କାରଣ ଜଣାପଡିନାହିଁ। ବ୍ରଜରାଜନଗର ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.