ଟ୍ରକ ଭିତରେ ପଶିଗଲା କାର, ଅଳ୍ପକେ ମୃତ୍ଯୁମୁଖରୁ ବର୍ତ୍ତିଲେ ସୋଏବ ମଲିକ

ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୋଏବ ମଲିକଙ୍କର ରବିବାର ରାତିରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ସୋଏବଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୋଏବ ସୁସ୍ଥ ଅଛନ୍ତି। ସୋଏବଙ୍କ କାର ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା।

ଖବର ମୁତାବକ, ସୋଏବ ମଲିକଙ୍କ ସ୍ପୋଟର୍ସ କାର ଜୋରରେ ଚଳାଉଥିଲେ। ଯାହା ଯୋଗୁଁ ହଠାତ୍ ବାଲାନ୍ସ ବିଗିଡିଯିବାରୁ କାର ଟ୍ରକ ସହିତ ଧକ୍କା ଦେଇଥିଲା। ଗତକାଲି ସୋଏବ ପାକିସ୍ତାନ ସୁପର ଲିଗର ପ୍ଲେୟାର ଡ୍ରାଫ୍ଟ କାର୍ଯ୍ଯକ୍ରମ ସାରି ଘରକୁ ଫେରୁଥିଲେ। ଏହା ପରେ ବହାବ ରିୟାଜ ଏବଂ ସୋଏବ ମଲିକଙ୍କ ନିଜ କାରରେ ଘରକୁ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରେ ରେସ ଲାଗିଥିଲା। ଯାହାଫଳରେ ଏମିତି ଦୁର୍ଘଟଣା ଘଟିଥିଲା ବୋଲି ଖବର ମିଳିଛି। ଯାହା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଟ୍ବିଟ୍ କରି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.