Below header

ଇତିହାସ ରଚିଲେ ଏୟାର ଇଣ୍ଡିଆର ମହିଳା ପାଇଲଟ, ୧୭ ଘଣ୍ଟାରେ ଅତିକ୍ରମ କଲେ ୧୬ ହଜାର କିଲୋମିଟର ଆକାଶ ପଥ

ଆକାଶରେ ଚମକିଲେ ନାରୀ ଶକ୍ତି । ଇତିହାସ ରଚିଲେ ଏୟାର ଇଣ୍ଡିଆର ମହିଳା ପାଇଲଟ। ଉତ୍ତର ପୋଲରୁ ବିମାନ ଉଡାଇ ଇତିହାସ ରଚିଛନ୍ତି। ଶନିବାର ସଂଧ୍ୟା ସାଢ଼େ ୮ଟାରେ ଆମେରିକାର ସାନ ଫ୍ରାନ୍‌ସିସ୍‌କୋରୁ ଯାତ୍ରା ଆରମ୍ଭ କରି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ଏୟାର ଇଣ୍ଡିଆ ଫ୍ଲାଇଟ୍‌ ନମ୍ବର AI 176 ରେ ୧୭ ଘଣ୍ଟାରେ ଅତିକ୍ରମ କରିଛନ୍ତି ୧୬ ହଜାର କିଲୋମିଟର ଆକାଶ ପଥ ।

ଉତ୍ତର ମେରୁ ଉପରେ ବିମାନ ଉଡ଼ାଇବା ଚ୍ୟାଲେଞ୍ଜିଂ ହୋଇଥାଏ। ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ ଏୟାର ଇଣ୍ଡିଆର ପାଇଲଟ୍‌ । ବିମାନର ସମସ୍ତ କ୍ରୀଉ ମେମ୍ବର ମଧ୍ୟ ମହିଳା ଥିଲେ। ମହିଳା ପାଇଲଟଙ୍କ ନେତୃତ୍ୱ ନେଇଥିଲେ କ୍ୟାପଟେନ୍‌ ଜୋୟା ଅଗ୍ରୱାଲ। ବେଙ୍ଗାଳୁରୁରେ ଅବତରଣ କରିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଟ୍ଵିଟ୍‌ କରି କୁହାଯାଇଛି। ୱେଲକମ୍‌ ହୋମ୍‌। ଆମେ ଆପଣଙ୍କୁ ନେଇ ଗର୍ବ ଅନୁଭବ କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.