ଚାକିରି ଦେବ କହି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଲା ଠକ, ଅଭିଯୋଗ କଲେ ଆଶାୟୀ ପରିବାର

ଚାକିରି କରାଇ ଦେବାର ଲୋଭ ଦେଖାଇ ଅନେକ ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛି ଠକ । ଶେଷରେ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଚାକିରି ଆଶାୟୀଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି ।

ଚାକିରିର ଲୋଭ ପାଇଁ ଗଲା ଲକ୍ଷ ଲକ୍ଷ ଟଙ୍କା । ଅନେକ ଆଶା ନେଇ ବାପା ମା’ ନିଜର ସୁନା ଗହଣାକୁ ବନ୍ଧା ପକାଇ ପୁଅର ଚାକିରି ପାଇଁ ଟଙ୍କା ଦେଇଥିଲେ । କିନ୍ତୁ ବିଶ୍ୱାସରେ ବିଷ ମିଶାଇଲା ଦଲାଲ । ଅନେକ ଲୋକଙ୍କୁ ଚାକିରି କରାଇଦେବ କହି ଲକ୍ଷ ଲକ୍ଷ ଟଙ୍କା ନିଜ ପାଖରେ ରଖିଲା । ଆଉ ଯେତେବେଳେ ଟଙ୍କା ଅଧିକ ହେଲା ସେତେବେଳେ ସୁଯୋଗ ଦେଖି ଗାଁରୁ ଛୁ ମାରିଲା । କେତେବେଳେ ଅନଲାଇନରେ ଟଙ୍କା ନେଉଥିଲା ତ କେତେବେଳେ କ୍ୟାସରେ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ନେଉଥିଲା ।

ଚାକିରି କରାଇ ଦେବାର ଲୋଭ ଦେଖାଇ ଅନେକ ଆଶାୟୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଛି ଠକ । ଶେଷରେ ନିରାଶ ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଚାକିରି ଆଶାୟୀଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ବସନ୍ତପୁର ଗାଁର ଗୀତା ରାଣୀ ଦତ୍ତଙ୍କ ପୁଅକୁ ଟାଟା ପାୱାରରେ ଚାକିରି କରାଇ ଦେବାର ଲୋଭ ଦେଖାଇଥିଲା ନୀଳଗିରି ଥାନା ରାଜବରହମପୁର ଅଞ୍ଜଳର ସଞ୍ଜୀବ କୁମାର ବେହେରା । ଗତ ବର୍ଷ ମାର୍ଚ୍ଚ ମାସରେ ଏକ ଲକ୍ଷ ଟଙ୍କା ଦେବାକୁ ହେବ କହି ଅଗ୍ରୀମ ବାବଦକୁ ୬୦ ହଜାର ଟଙ୍କା ନେଇଥିଲା ସଞ୍ଜୀବ । ସେହିପରି ବେଲା ଗାଁର ହରିପଦ ଦେ ଙ୍କ ଠାରୁ ୬୦ ହଜାର ଟଙ୍କା ଏବଂ ହରିପଦଙ୍କ କିଛି ସମ୍ପର୍କୀୟଙ୍କ ସମେତ ସିଂଲା, ବାଲିଆପାଳ,ଜଳେଶ୍ୱର,ରାଇବଣିଆ ଏବଂ ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରୁ ଅନେକ ପିଲାଙ୍କ ଠାରୁ ୬୦ ହଜାର ଟଙ୍କା ଲେଖାଏଁ ନେଇ ଠକ ଜଣକ ଚମ୍ପଟ ମାରିଛି ।

ସୂଚନା ଅନୁସାରେ ଟଙ୍କା ନେବାର ଗୋଟିଏ ବର୍ଷ ବିତି ଯାଇଥିଲେ ମଧ୍ୟ ଯୁବକଙ୍କର ଚାକିରି ହେଲାନି ତେଣୁ ଚାକିରି ଆଶାୟୀଙ୍କ ପରିବାର ଲୋକେ ଟଙ୍କା ଫେରସ୍ତ ପାଇଁ ସଞ୍ଜୀବଙ୍କ ଘରକୁ ଯାଇଥିଲେ । କିନ୍ତୁ ଟଙ୍କା ଫେରାଇବ କଣ ଓଲଟା ସମସ୍ତଙ୍କୁ ନାଲି ଆଖି ଦେଖାଉଥିଲା ସଞ୍ଜୀବ । ସେହିପରି ଫୋନ କଲେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲା ସଞ୍ଜୀବ । ଏଭଳି ଅଭିଯୋଗ କରିଛନ୍ତି ଠକାମିର ଶିକାର ହୋଇଥିବା ପରିବାର । ସମସ୍ତେ ଗରିବ ପରିବାର ହୋଇଥିବାରୁ ଗହଣା ବନ୍ଧା ପକାଇ ଓ ଧାର କରଜ କରି ଟଙ୍କା ଦେଇଥିଲେ । ରୁଣ ସୁଝାଇବା ପାଇଁ ଏବେ ଚାକିରି ଆଶାୟୀ ଯୁବକ ମାନେ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଛନ୍ତି ।

ବାରମ୍ବାର ଉକ୍ତ ଠକକୁ ଯୋଗାଯୋଗ କରି ନିରାଶ ହେବାପରେ ଶେଷରେ ନିଜର ଅର୍ଥ ଫେରି ପାଇବା ପାଇଁ ଠକାମିର ଶିକାର ହୋଇଥିବା ଲୋକମାନେ ଅମର୍ଦା ରୋଡ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.