ଭିଜିଲାନ୍ସ ଜାଲରେ ପଡିଛନ୍ତି ପ୍ରଧାନଶିକ୍ଷକ, ୫୦୦୦ ଟଙ୍କା ଲାଞ୍ଚ ମାଗି ହଟାହଟା

୫୦୦୦ ଟଙ୍କା ଲାଞ୍ଚ ମାଗି ହଟାହଟା ହୋଇଛନ୍ତି ପ୍ରଧାନଶିକ୍ଷକ । ଯାହାପରେ ଠିକ୍‌ ଲାଞ୍ଚ୍‌ ନେଉଥିବାବେଳେ ରେଡ ହେଣ୍ଡେଡ୍‌ ଧରାପଡିଲେ ପ୍ରଧାନଶିକ୍ଷକ । ଆଜ୍ଞା ଥରେ ଦେଖନ୍ତୁ ଏ ବ୍ୟକ୍ତିଙ୍କୁ ।

କେନ୍ଦ୍ରାପଡା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ପଡିଛନ୍ତି ପ୍ରଧାନଶିକ୍ଷକ । ୫୦୦୦ ଟଙ୍କା ଲାଞ୍ଚ ମାଗି ହଟାହଟା ହୋଇଛନ୍ତି ପ୍ରଧାନଶିକ୍ଷକ । ଯାହାପରେ ଠିକ୍‌ ଲାଞ୍ଚ୍‌ ନେଉଥିବାବେଳେ ରେଡ ହେଣ୍ଡେଡ୍‌ ଧରାପଡିଲେ ପ୍ରଧାନଶିକ୍ଷକ । ଆଜ୍ଞା ଥରେ ଦେଖନ୍ତୁ ଏ ବ୍ୟକ୍ତିଙ୍କୁ ।

କ୍ୟାମେରା ସାମ୍ନାରେ ଆପଣ ଦେଖୁଥିବା ଏ ବ୍ୟକ୍ତି ହେଉଛନ୍ତି ଜଣେ ପ୍ରଧାନ ଶିକ୍ଷକ । ଏ ବାବୁ ଜଣଙ୍କ ରେଡ ହେଣ୍ଡେଡ୍‌ ଧରାପଡିଛନ୍ତି ଲାଞ୍ଚ ନେବାବେଳେ । କଳା ବ୍ଲେଜର ପିନ୍ଧା ଏ ବାବୁ ଜଣଙ୍କୁ ଯେଉଁ ଆପଣ ଦେଖୁଛନ୍ତି ସେ ହେଉଛନ୍ତି କେନ୍ଦ୍ରାପଡା ଟାଉନ୍‌ ହାଇସ୍କୁଲର ପ୍ରଧାନଶିକ୍ଷକ ନିରଞ୍ଜନ ଅତି ।

ପ୍ରଧାନଶିକ୍ଷକ ଜଣଙ୍କ ହାଉସ ବିଲ୍ଡିଂ ଲୋନ୍‌ କରାଇଦେବା ପାଇଁ ଅନ୍ୟ ଜଣେ ଷ୍ଟାଫଙ୍କ ଠାରୁ ୫୦୦୦ ଟଙ୍କା ନେଉଥିଲେ । ଯାହାପରର ଚିତ୍ର ଆପଣଙ୍କ ସାମ୍ନାରେ। ପ୍ରଧାନଶିକ୍ଷକ ନିରଞ୍ଜନ ଅତି ସେହି ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ତୋଷ କୁଣ୍ଡଙ୍କ ହାଉସ ବିଲ୍ଡିଂ ଫାଇଲ ସାଇନ୍‌ କରି ପଠାଇବା ପାଇଁ ଟଙ୍କା ମାଗଥିଲେ ।

୫୦୦୦ ଟଙ୍କା ଦେଲେ ତାଙ୍କ କାମ କରିଦେବେ ବୋଲି କହିଥିଲେ ପ୍ରଧାନଶିକ୍ଷକ ନିରଞ୍ଜନ ଅତି । ସନ୍ତୋଷ ବି ତାଙ୍କ କାମ କରିବା ପାଇଁ ତାଙ୍କୁ ୫୦୦୦ ଟଙ୍କା ଦେବାକୁ ରାଜି ହୋଇଥିଲେ । କିନ୍ତୁ ଆଜି ସନ୍ତୋଷଙ୍କ ଠାରୁ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ଟିମ୍‌ ରେଡ୍‌ ହେଣ୍ଡେଡ ଧରିପକାଇଲେ ନିରଞ୍ଜନଙ୍କୁ । ଯାହାପରେ ସେ ତୁରନ୍ତ ଗିରଫ ହୋଇଛନ୍ତି ଭିଜିଲାନ୍ସ ଟିମ୍‌ ଦ୍ୱାରା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.