ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଅସୁସ୍ଥ, କଟକ ଏସସିବିରେ ଭର୍ତ୍ତି

ଯାଜପୁର ଜିଲ୍ଲା ବଡ଼ଚଣାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଅସୁସ୍ଥ ଅଛନ୍ତି । କଟକ ଏସସିବି ମେଡିକାଲରେ ନିଉ ମେଡ଼ିସିନ ୱାର୍ଡର ଆଇ.ସି.ୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ସିଟି ସ୍କାନ କରାଯାଇ ଥିବା ବେଳେ ବ୍ରେନରେ ହାମରେଜ ରହିଛି ।

କଟକ : ଯାଜପୁର ଜିଲ୍ଲା ବଡ଼ଚଣାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଅସୁସ୍ଥ ଅଛନ୍ତି । କଟକ ଏସସିବି ମେଡିକାଲରେ ନିଉ ମେଡ଼ିସିନ ୱାର୍ଡର ଆଇ.ସି.ୟୁରେ ତାଙ୍କୁ ଭର୍ତ୍ତି କରାଯାଇଛି। ତେବେ ତାଙ୍କର ସିଟି ସ୍କାନ କରାଯାଇ ଥିବା ବେଳେ ବ୍ରେନରେ ହାମରେଜ ରହିଛି । ବ୍ଲଡ଼ ପ୍ରେସର ଲୋ ଓ ନିମୋନିଆ ମଧ୍ୟ ରହିଛି ବୋଲି ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତାଙ୍କର ଚିକିତ୍ସା ପାଇଁ ନ୍ୟୁରୋ ସର୍ଜରୀ, ନ୍ୟୁରୋଲୋଜି ଏବଂ କାର୍ଡିଓଲୋଜି ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଏକ ଡାକ୍ତରୀ ଟିମ ଗଠନ କରାଯାଇଛି। ଏହି ଟିମ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି। ପ୍ରଫେସର ସରୋଜ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଚିକିତ୍ସା ଚାଲିଛି। ୧୦୨ ବର୍ଷ ବୟସ୍କ,ନୀଳମଣି ସାମଲ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଅଛନ୍ତି। ସେ ଚାରିଥର ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.