ଜାଣନ୍ତୁ ଦୀପିକା ପାଦୁକୋନଙ୍କ ନେଟୱର୍ଥ: ଖୁବ ବିଳାସପୂର୍ଣ୍ଣ ଅଭିନେତ୍ରୀଙ୍କ ଲାଇଫ ଷ୍ଟାଇଲ୍

ଦୀପିକା ପାଦୁକୋନ ନିଜ ଅଭିନୟ ସହିତ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା । ଗତ ୧୬ ବର୍ଷ ମଧ୍ୟରେ ଦୀପିକା ପାଦୁକୋନ ହିନ୍ଦୀ ସିନେମାକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ତେଣୁ ଆଜି ଅଭିନେତ୍ରୀ କୋଟି କୋଟି ମୂଲ୍ୟ ସମ୍ପତ୍ତିର ମାଲିକ ହୋଇଛନ୍ତି । ତେବେ ଦୀପିକା କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ଫିଲ୍ମ ପ୍ରଡକ୍ସନ୍ ଠାରୁ ମଧ୍ୟ ବହୁତ ଅଧିକ ରୋଜଗାର କରନ୍ତି ।

ଶାହାରୁଖ ଖାନଙ୍କ ସହ ଫିଲ୍ମ ‘ଓମ ଶାନ୍ତି ଓମ’ରୁ କ୍ୟାରିୟର ଆରମ୍ଭ କରିଥିବା ଦୀପିକା ପାଦୁକୋନ ଆଜି ବଲିଉଡର’ ମସ୍ତାନୀ ‘ପାଲଟିଛନ୍ତି । ଏହି ଅଭିନେତ୍ରୀ ନିଜ ଅଭିନୟ ସହିତ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା । ଗତ ୧୬ ବର୍ଷ ମଧ୍ୟରେ ଦୀପିକା ପାଦୁକୋନ ହିନ୍ଦୀ ସିନେମାକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ତେଣୁ ଆଜି ଅଭିନେତ୍ରୀ କୋଟି କୋଟି ମୂଲ୍ୟ ସମ୍ପତ୍ତିର ମାଲିକ ହୋଇଛନ୍ତି ।

ତେବେ ଦୀପିକା କେବଳ ଚଳଚ୍ଚିତ୍ରରୁ ନୁହେଁ ବରଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ଫିଲ୍ମ ପ୍ରଡକ୍ସନ୍ ଠାରୁ ମଧ୍ୟ ବହୁତ ଅଧିକ ରୋଜଗାର କରନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ଅନେକ କମ୍ପାନୀରେ ଇନଭେଷ୍ଟ ମଧ୍ୟ କରିଛନ୍ତି । ଦୀପିକାଙ୍କ ପ୍ରଡକ୍ସନ୍ ହାଉସର ନାମ ହେଉଛି ‘କା ପ୍ରଡକ୍ସନ୍ସ’ । ଯେଉଁଥିରେ ସେ ’83’ ଏବଂ ‘ଛପାକ୍’ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

Moneycontrolର ଏକ ରିପୋର୍ଟ ଅନୁଯାୟୀ, ଦୀପିକା ପାଦୁକୋନଙ୍କ ସମ୍ପତ୍ତି ମୂଲ୍ୟ ୫ ଶହ କୋଟି ଟଙ୍କା । ଫି’ ବିଷୟରେ କହିବାକୁ ଗଲେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ଅନ୍ତର୍ଭୁକ୍ତ ଦୀପିକା ଆଜି ଏକ ଫିଲ୍ମ ପାଇଁ ପ୍ରାୟ ୩୦ କୋଟି ଟଙ୍କା ଶୁଳ୍କ ଆଦାୟ କରୁଛନ୍ତି । ଅଭିନେତ୍ରୀଙ୍କ ବାର୍ଷିକ ରୋଜଗାର ପ୍ରାୟ ୪୦ କୋଟି ଟଙ୍କା ।

ଆପଣଙ୍କୁ କହି ରଖୁଛୁ ଯେ ଦୀପିକା ବିଳାସପୂର୍ଣ୍ଣ କାରକୁ ମଧ୍ୟ ବହୁତ ଭଲ ପାଆନ୍ତି । ସେଥିପାଇଁ ତାଙ୍କ ଗ୍ୟାରେଜରେ ଅଡି Q7 ଏବଂ BMW 5 ପରି ବିଳାସପୂର୍ଣ୍ଣ କାର ଅନ୍ତର୍ଭୁକ୍ତ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଏହି ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଜୱାନ’ରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସେ ଫିଲ୍ମ ‘ଫାଇଟର୍’ ମାଧ୍ୟମରେ ବଡ ପରଦାରେ ହଇଚଇ ସୃଷ୍ଟି କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.