ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ଜନ୍ମଜୟନ୍ତୀ ପାଳିତ

ସମ୍ବଲପୁର(କେନ୍ୟୁଜ): ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ ତମ ଜନ୍ମଜୟନ୍ତୀ । ଆଜିର ଦିନରେ ୧୮୦୯ ମସିହାରେ ସମ୍ବଲପୁର ଜିଲ୍ଲାର ଖିଣ୍ଡା ଗ୍ରାମର ଜନ୍ମଗ୍ରହଣ କରିଥିଲେ ବୀରପୁତ୍ର ବୀର ସୁରେନ୍ଦ୍ର ସାଏ । ସୁରେନ୍ଦ୍ର ସାଏ ୨୮ ଫେବୃଆରୀ ୧୮୮୪ ମସିହାରେ ମଧ୍ୟପ୍ରଦେଶର ଆସିରଗଡ ଜେଲରେ ବନ୍ଦୀ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତେବେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ଅଦମ୍ୟ ସାହସକୁ ଆଜିବି ସାରା ଦେଶ ମନେ ପକାଉଛି।

ଖାସ୍‌ ଆଜିର ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ଜନ୍ମଜୟନ୍ତୀ ପାଳନ କରାଯାଉଛି । ତେବେ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜେଲ ଛକ ନିକଟରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ରେଢ଼ାଖୋଲ ବିଧାୟକ ମଧ୍ୟ ମଲ୍ୟାର୍ପଣ କରିଛନ୍ତି। ଏହା ସହ ସୁରେନ୍ଦ୍ରଙ୍କ ଜନ୍ମ ପୀଠ ଖିଣ୍ଡାରେ ଆଜି ତାଙ୍କ ଜୟନ୍ତ୍ରୀ କୋଭିଡ କଟକଣାରେ ପାଳନ କରାଯାଉଛି । ହେଲେ ଆଜିବି ସୁରେନ୍ଦ୍ର ସାଏଙ୍କୁ ଯେଉଁ ସମ୍ମାନ ମିଳିବା କଥା ତାହା ଆଜି ପର୍ଯ୍ୟନ୍ତ ମିଳି ପାରିନଥିବା ବୋଲି ଲୋକେ କହିଛନ୍ତି।