ଆଜିଠୁ ରାଜ୍ୟରେ ବଢ଼ିବ ଖରା, ୪୦ ଡିଗ୍ରୀ ଛୁଇଁବ ତାତି

ଆଜିଠୁ ରାଜ୍ୟରେ ଡେଇଁବ ପାରଦ । ଆହୁରି ବଢ଼ିବ ଖରା ତାତି । ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ଅନୁଭୂତ ହେବ ମେ'ର ନିଦାଘ । ୪୦ ଡିଗ୍ରୀ ଛୁଇଁବ ତାତି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଚଳିତ ସପ୍ତାହରେ ପ୍ରଚଣ୍ଡ ହେବ ସୂର୍ଯ୍ୟତାପ ।

ଭୁବନେଶ୍ୱର(କେନ୍ୟୁଜ) : ଆଜିଠୁ ରାଜ୍ୟରେ ଡେଇଁବ ପାରଦ । ଆହୁରି ବଢ଼ିବ ଖରା ତାତି । ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ଅନୁଭୂତ ହେବ ମେ’ର ନିଦାଘ । ୪୦ ଡିଗ୍ରୀ ଛୁଇଁବ ତାତି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଚଳିତ ସପ୍ତାହରେ ପ୍ରଚଣ୍ଡ ହେବ ସୂର୍ଯ୍ୟତାପ । ଦିନ ତାପମାତ୍ରାରେ ୪-୬ ଡିଗ୍ରୀ ସେଲସିୟସ୍ ବୃଦ୍ଧି ସମ୍ଭାବନା ରହିଛି ।

ଆସନ୍ତାକାଲି ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ । ୧୩ରେ ଆହୁରି ଭୀଷଣ ହେବ ଖରା । ଅଧା ଓଡ଼ିଶାରେ ପାରଦ ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଗାମୀ ୩ରୁ ୪ଦିନ ଖରା ତାତିରୁ ନିସ୍ତାର ମିଳିବ ନାହିଁ । ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ବୃଦ୍ଧି ପାଇବ। ରାତିର ତାପମାତ୍ରା ମଧ୍ୟ ୨ରୁ ୪ଡିଗ୍ରୀ ବଢିବ ।

ଏବେ ଓଡ଼ିଶା ଉପରେ ପାଣିପାଗର କୌଣସି ନିୟାମକ ସକ୍ରିୟ ନଥିବାରୁ ବାୟୁମଣ୍ଡଳ ଶୁଷ୍କ ରହିଛି। ଫଳରେ ବଢ଼ିବ ପାରଦ । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ମାଲକାନଗିରିରେ ୩୭.୧, ଟିଟିଲାଗଡ଼ରେ ୩୭, ସୋନପୁରରେ ୩୬.୯, ଭବାନୀପାଟଣାରେ ୩୬.୮ ଓ ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ରହିଥିଲା ୩୬.୪ ଡିଗ୍ରୀ ସେଲସିୟସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.