Below header

ପୁଣି ବେଲଗାମ ତୈଳ ଦର : କମିଥିଲା ଅଢ଼େଇ ଟଙ୍କା, ବଢ଼ିଲାଣି ଅଧାରୁ ଅଧିକ

କମିଥିଲା ଅଢ଼େଇ ଟଙ୍କା । ବଢ଼ିଲାଣି ଅଧାରୁ ଅଧିକ । ତା ପୁଣି ୪ ଦିନ ଭିତରେ । ଏହା ଭିତରେ ପେଟ୍ରୋଲ ଲିଟର ପ୍ରତି ୧ଟଙ୍କା ୨୦ ପଇସା ଓ ଡିଜେଲ ଲିଟର ପିଛା ୧ଟଙ୍କା ୪୦ ବଢ଼ିଲାଣି । ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୮୦ ଟଙ୍କା ୯୪ ପଇସା ଓ ଡିଜେଲ ଲିଟର ୭୯ ଟଙ୍କା ୩୧ ପଇସା ରହିଛି । ବେଲଗାମ ତୈଳ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ ।

fuel priceସେପଟେ ତୈଳ ଦରରେ ଭାଟ୍‌ ଛାଡ଼କୁ ନେଇ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଚାଲିଛି ତୁତୁ ମେଁମେଁ । ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ରାଜ୍ୟ ସରକାର ଭାଟ କମାଇବା ଦରକାର ବୋଲି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି । ସେପଟେ ତୈଳ କଂପାନୀଙ୍କ ସହ କେନ୍ଦ୍ର ସରକାରଙ୍କ ସଲାସୁତୁରାର ଫଳ ଭୋଗୁଛନ୍ତି ଗ୍ରାହକ ବୋଲି କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ।

ପୂର୍ବରୁ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ତୈଳ ଦରର ଅହେତୁକ ବୃଦ୍ଧି ଉପରେ କିଛି ଦିନ ପାଇଁ ବ୍ରେକ ଲାଗିଥିଲା । ଏବେ ଆଗକୁ ରହିଛି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ । ଏହାପୂର୍ବରୁ ତେଲ ଉପରେ ଅଢେଇ ଟଙ୍କା କମାଇ କେନ୍ଦ୍ର ସରକାର ପଲଟିକାଲ ଷ୍ଟଣ୍ଟ କରୁନାହାନ୍ତି ତ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.