Below header

ପୁରୀ ହିଂସା ଘଟଣା : ଆଉ ୧୫ ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ବନ୍ଦ ପାଳନ ବେଳେ ହିଂସା ଘଟଣାରେ ପୋଲସର କାର୍ଯ୍ୟାନୁଷ୍ଠାନ ଜାରି । ବୁଧବାର ଦିନ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ଆଜି ଆଉ ୧୫ ଜଣଙ୍କୁ ପୋଲିସ ଗିରଫ କରିଛି । ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ଏହି ଘଟଣାରେ ପୂର୍ବରୁ ୪୧ ଜଣ ଗିରଫ କରାଯାଇଥିଲା ।

ସେପଟେ ସିସିଟିଭି ଫୁଟେଜ ଯାଞ୍ଚ କରି ପଦକ୍ଷେପ ନିଆଯାଉଥିବା କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବିରୋଧ କରି ଗତ ବୁଧବାର ଦିନ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.