Below header

 ଆତ୍ମସମର୍ପଣ କଲା ପଳାତକ ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ, ପଞ୍ଜାବ ପୋଲିସର ଥିଲା ମୋଷ୍ଟ ଓ୍ଵାଣ୍ଟେଡ୍‌

ପଞ୍ଜାବ ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ୍‌ ତାଲିକାରେ ଥିଲା ଅମୃତପାଲ । ତାକୁ ଧରିବାକୁ ବହୁ ଦିନରୁ ତନାଘନା ତଦନ୍ତ କରୁଥିଲା ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍‌ କରୁଥିଲା । କିନ୍ତୁ ଧରା ପଡୁ ନଥିଲା ଅମୃତପାଲ ସିଂ । ବେଶ ବଦଳାଇ ଲୁଚି ବୁଲୁଥିବା ଅମୃତପାଲ ସିଂର ଫଟୋ ବିଭିନ୍ନ ସମୟରେ ଜାରି କରିଥିଲା ପଞ୍ଜାବ ପୋଲିସ ।

କେନ୍ୟୁଜ(ବ୍ୟୁରୋ):  ଆତ୍ମସମର୍ପଣ କଲା ପଳାତକ ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂ । ୩୬ ଦିନର ଛକାପଞ୍ଝା ପରେ ସେ ଆତ୍ମସମର୍ପଣ କରିଛି । ଗତକାଲି ବିଳମ୍ବିତ ରାତିରେ ପଞ୍ଜାବର ମୋଗା ପୋଲିସ ନିକଟରେ ସରେଣ୍ଡର କରିଛି ଅମୃତପାଲ ସିଂ । ଏହାପରେ ତାକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି । ପଞ୍ଜାବ ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ୍‌ ତାଲିକାରେ ଥିଲା ଅମୃତପାଲ । ତାକୁ ଧରିବାକୁ ବହୁ ଦିନରୁ ତନାଘନା ତଦନ୍ତ କରୁଥିଲା ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍‌ କରୁଥିଲା । କିନ୍ତୁ ଧରା ପଡୁ ନଥିଲା ଅମୃତପାଲ ସିଂ । ବେଶ ବଦଳାଇ ଲୁଚି ବୁଲୁଥିବା ଅମୃତପାଲ ସିଂର ଫଟୋ ବିଭିନ୍ନ ସମୟରେ ଜାରି କରିଥିଲା ପଞ୍ଜାବ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.