୭୦ କେଜି ଗଞ୍ଜେଇ ସହ ୨ ଜଣ ଗିରଫ, ଦାମିକା କାର୍ ଜବତ

ଗୁଣପୁର(କେନ୍ଯୁଜ୍): ଗଞ୍ଜେଇ ଚୋରା ଚାଲାଣ ବେଳେ ପଦ୍ମପୁର ପୋଲିସ ଦ୍ୱାରା ୨ ଗିରଫ । ପୋଲିସ ସୂଚନା ଅନୁଯାୟୀ ପଦ୍ମପୁର ପୋଲିସ କେନ୍ଦୁଗୁଡା ଠାରେ ପେଟ୍ରୋଲିଂ କରୁଥିବା ବେଳେ ଏକ କାରକୁ ତନଖି କରି ସେଥିରେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା। ପରେ ଅଧିକ ତଦନ୍ତ ବେଳେ ଜଣା ଗଲାକି ଗାଡିଟି ଅଡ଼ବା ରୁ ମୁନିଗୁଡା ଯାଉଥିଲା ।

କାରରୁ ୭୦ କେଜି ଗଞ୍ଜେଇ ସହ ୨ ଜଣ ବ୍ୟକ୍ତିକୁ ପୋଲିସ ଗିରଫ କରିଛି। ପଦ୍ମପୁର ଅତିରିକ୍ତ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରିଥିଲେ । ତାଙ୍କ ନିକଟରୁ ୨୦୦୦ ଟଙ୍କା, ଦୁଇଟି ମୋବାଇଲ ପୋଲିସ ଗିରଫ କରିଛି । ସେହି ଦୁଇ ଜଣ ବ୍ୟକ୍ତି ହେଲେ ଅଡବା ଅଞ୍ଚଳର ଲାବନ୍ୟ ମାଝୀ ,ଏଲିଆ ମଲ୍ଲିକ ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି । ୨ ଜଣ ବ୍ୟକ୍ତିକୁ ଗିରଫ କରି ଗୁଣପୁର କୋର୍ଟ ଚାଲାଣ କରିଥିବା ପଦ୍ମପୁର ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡିଆ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.