Below header

ଆଇପିଏଲ ୨୦୨୨: ଅହମ୍ମଦାବାଦ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ ରିଲିଜ କଲା ଅଫିସିଆଲ ଲୋଗୋ

ଚଳିତବର୍ଷ ଆଇପିଏଲ ୨୦୨୨ ସିଜିନରେ ୧୦ ଟିମ୍‌ ନଜର ଆସିବେ। ଲକ୍ଷ୍ମୌ ଏବଂ ଅହମ୍ମଦାବାଦର ଫ୍ରାଞ୍ଚାଇଜର ନୂଆ ଟିମ୍‌ ଭାବେ ମଇଦାନକୁ ଓହ୍ଲାଇବେ। ୨୦୨୨ ଆଇପିଏଲ ପାଇଁ ମେଗା ଅକ୍ସନ ମଧ୍ୟ ସରିଛି। ପୂର୍ବରୁ ଲକ୍ଷ୍ମୌ ଟିମ୍‌ ତା’ର ଲୋଗୋ ଉନ୍ମୋଚନ କରିଥିଲା। ରବିବାର ସନ୍ଧ୍ୟାରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସର ଅଫିସିଆଲ ଲୋଗୋ ରିଲିଜ କରିଛି।

ଆଇପିଏଲ୍‌ର ନୂଆ ଫ୍ରାଞ୍ଚାଇଜ ଗୁଜରାଟ ଟାଇଟନ୍ସ ପକ୍ଷରୁ ଥ୍ରୀଡି ଭର୍ଚୁଆଲ୍‌ ୱର୍ଲ୍ଡ ନେଟୱାର୍କ ‘ମେଟାଭର୍ସ’ରେ ଦଳର ଲୋଗୋ ଉନ୍ମୋଚନ କରାଯାଇଛି । ମେଟାଭର୍ସରେ ପ୍ରସ୍ତୁତ ହୋଇଥିବା ‘ଦ ଟାଇଟନ୍ସ ଡଗ୍‌ଆଉଟ୍‌’ରେ ଦଳର ମୁଖ୍ୟ କୋଚ୍‌ ଆଶିଷ ନେହରା, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ବ୍ୟାଟର ଶୁଭମନ ଗିଲ୍‌ ମିଳିତ ଭାବେ ଲୋଗୋ ଉନ୍ମୋଚନ କରିଛନ୍ତି।


ବହୁ ପ୍ରତିକ୍ଷୀତ ଏହି ଦଳର ଲୋଗୋ ଏକ ଗୁଡ଼ି ଭଳି ଦେଖାଯାଉଛି।, ଯାହା ଆକାଶରେ ଉପରକୁ ଉଡ଼ି ଚାଲିଛି । ଗୁଜରାଟରେ ଗୁଡ଼ି ଉଡ଼ା ପର୍ବ (ଉତ୍ତରାୟଣ ଉତ୍ସବ) ପାଳନ କରାଯାଉଛି । ଏହା ଗୁଜରାଟର ସାଂସ୍କୃତିକ ଐତିହ୍ୟ । ତେଣୁ ରାଜ୍ୟର ସଂସ୍କୃତିକୁ ଦର୍ଶାଉଥିବା ଭଳି ଲୋଗୋ ପ୍ରସ୍ତୁତ କରାଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମର ଅଧିନାୟକ ପଦ ଦିଆଯାଇଛି। ଦଳରେ ଭାରତୀୟ ପେସ୍‌ ବୋଲର ମହମ୍ମଦ ସାମି, ବ୍ୟାଟର ଗିଲ୍‌, ସ୍ପିନର ରାହୁଲ ତେୱାତିଆ, ଇଂଲଣ୍ଡର ଜାସନ ରୟ, ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଲୋକି ଫର୍ଗୁସନ ଏବଂ ଆଫଗାନିସ୍ତାନ ସ୍ପିନର ରସିଦ ଖାନଙ୍କ ଭଳି ତାରକା ଖେଳାଳି ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.