Below header

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭଲ ଆଓ୍ଵାର୍ଡ: ରଣବୀର ଶ୍ରେଷ୍ଠ ଅଭିନେତା ଓ କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ

ଦାଦା ସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭଲ ଆଓ୍ଵାର୍ଡ ଗତକାଲି ମାୟାନଗରୀ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆଶା ପାରେଖ, ଲାରା ଦତ୍ତା, ରଣବୀର ସିଂ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ସମେତ ବହୁ କଳାକାର ଯୋଗ ଦେଇଥିଲେ । ଫିଲ୍ମ ଉତ୍ସବରେ ପୁଷ୍ପାର ଜଲୱା ମଧ୍ୟ ଦେଖିବାକୁ ମିଳିଥିଲା ।

ଦାଦାସାହେବ ଫାଲକେ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଆଓ୍ଵାର୍ଡସ ୨୦୨୨ ବର୍ଷ ପାଇଁ ଭାରତୀୟ ସିନେମାରେ ସମୃଦ୍ଧି ଉତ୍ସବ ପାଳନ ଏବଂ ସ୍ୱାଧୀନତା ୭୫ ବର୍ଷ ପାଳନ କରାଯାଇଥିଲା। ଏହି ଆୱାର୍ଡରେ ଶେରସାହାକୁ ସର୍ବଶ୍ରେଷ୍ଠ ଫିଲ୍ମ ଆୱାର୍ଡ ମିଳିଥିବା ବେଳେ ରଣବୀର ସିଂଙ୍କୁ ଶ୍ରେଷ୍ଠ ଅଭିନେତା ଓ କ୍ରିତି ସାନନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି । ଶ୍ରେଷ୍ଠ ଫିଲ୍ମରେ ସର୍ଦ୍ଦାର ଉଦ୍ଧମକୁ ଆୱାର୍ଡ ମିଳିଛି ।

ମୁମ୍ବାଇର ତାଜ ଲ୍ୟାଡସ୍ ଏଣ୍ଡରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଭିନେତା ଆହନ ସେଟ୍ଟି, ସତିଶ କୌଶିକ ଓ ସନ୍ୟା ମାଲହୋତ୍ରା ବି ସାମିଲ ହୋଇଥିଲେ । ଲକି ଅଲି ତାଙ୍କର ସଦାବାହାର ଗୀତ ‘ଓ ସନମ’ରେ ଚମତ୍କାର ପରଫରମାନ୍ସ ଦେଇଥିଲେ । ଆଶା ପାରେଖଙ୍କୁ ଫିଲ୍ମ ଉଦ୍ଦ୍ୟୋଗରେ ସର୍ବୋତ୍କୃଷ୍ଟ ଅବଦାନ ପାଇଁ ଦାଦା ସାହେବ ଫାଲକେ ଆୱାର୍ଡରେ ସମ୍ମାନିତ କରାଯାଇଛି । ସେହିପରି ରଣବୀର ସିଂଙ୍କୁ ଫିଲ୍ମ ‘୮୩’ ପାଇଁ ଶ୍ରେଷ୍ଠ ଅଭିନେତା ଓ କ୍ରିତି ସାନନଙ୍କୁ ଫିଲ୍ମ ‘ମିମି’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଆୱାର୍ଡ ମିଳିଛି । ଶେରଶାହ ପାଇଁ କିଆରାକୁ ଶ୍ରେଷ୍ଠ କ୍ରିଟିକ୍ସ ପାଇଁ ଆୱାର୍ଡ ମଧ୍ୟ ମିଳିଛି । ଏହା ବ୍ୟତୀତ ସୁନୀଲ୍‌ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟିଙ୍କୁ ଡେବ୍ୟୁ ପାଇଁ ମିଳିଛି ଆୱାର୍ଡ ।

ଆଉଟଷ୍ଟାଣ୍ଡିଂ କଣ୍ଟ୍ରିବ୍ରିସ୍ୟୁନ ଟୁ ଫିଲ୍ମସ ଆଓ୍ଵାର୍ଡ: ଆଶା ପାରେଖ

ଶ୍ରେଷ୍ଠ ଅଭିନେତା: ରଣବୀର ସିଂ(ଫିଲ୍ମ ୮୩)

ଶ୍ରେଷ୍ଠ ଅଭିନେତ୍ରୀ: କ୍ରିତି ସାନନ ( ଫିଲ୍ମ ମିମି)

ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ) : ସିଦ୍ଧାର୍ଥ ମଲହୋତ୍ରା

ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ): କିଆରା ଆଡଭାନୀ

ଶ୍ରେଷ୍ଠ ସହ ଅଭିନେତା: ସତୀଶ କୌଶିକ

ଶ୍ରେଷ୍ଠ ସହ ଅଭିନେତ୍ରୀ: ଲାରା ଦତ୍ତା

ଶ୍ରେଷ୍ଠ ଅଭିନେତା (ଖଳନାୟକ): ଆୟୁଷ ଶର୍ମା

ପିପୁଲ ଚଏସ ଶ୍ରେଷ୍ଠ ଅଭିନେତା : ଅଭିମନ୍ୟୁ ଦାଶାନୀ

ପିପୁଲ ଚଏସ ଶ୍ରେଷ୍ଠ ଅଭିନେତ୍ରୀ: ରାଧିକା ମଦାନ

ଶ୍ରେଷ୍ଠ ଡେବ୍ୟୁ: ଆହାନ ସେଟ୍ଟୀ

ଶ୍ରେଷ୍ଠ ଗାୟକ: ବିଶାଲ ମିଶ୍ରା

ଶ୍ରେଷ୍ଠ ଗାୟିକା: କନିକା କପୁର

ଫିଲ୍ମ ଅଫ୍‌ ଦ ଇଅର: ପୁଷ୍ପା: ଦ ରାଇଜ

ଶ୍ରେଷ୍ଠ ଫିଲ୍ମ : ଶେରଶାହ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.