ଗଂଜେଇ ବେପାରୀକୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ, ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ

ବ୍ରହ୍ମପୁର ( କେନ୍ଯୁଜ୍):  ଛତ୍ରପୁର ଷ୍ଟେସନ ନିକଟରୁ ୪୦କେଜି ଗଂଜେଇ ସହ ଜଣେ ବ୍ୟକ୍ତିଙ୍କୁ ଧରିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଉକ୍ତ ବ୍ୟକ୍ତି ଜଣକହେଲେ ବ୍ରହ୍ମପୁର ଅଂଚଳର ଶୁଭମ ପଟ୍ଟନାୟକ । ସେ ଦୁଇଟି ବ୍ୟାଗରେ ଗଞ୍ଜେଇ ଧରି ଟ୍ରେନ ଯୋଗେ ସୁରାଟ ଅଭିମୁଖେ ଯାଉଥିବା ବେଳେ ଜିଲ୍ଲାପାଳଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ କାବୁ କରିଥିଲେ ।

ଗତକାଲି ରାତିରେ ଗଞ୍ଜେଇ ଚାଲାଣ କରାଯାଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଅଞ୍ଚଳରୁ ଉକ୍ତ ଯୁବକଙ୍କୁ ପିଛା କରି ଶେଷରେ ଛତ୍ରପୁର ଷ୍ଟେସନରୁ ଗଞ୍ଜେଇ ସହିତ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହି ଚୋରା ଗଞ୍ଜେଇର ଆନୁମାନିକ ମୁଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଚଢ଼ଉରେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଅବକାରୀ ବିଭାଗର କର୍ମଚାରୀ ସାମିଲ ଥିଲେ । ପରେ ଉକ୍ତ ଅଭିଯୁକ୍ତ ଓ ଜବତ ଗଂଜେଇକୁ ଛତ୍ରପୁର ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.