Below header

ମାସ୍କ ନଥିବା କାରଣରୁ ତହସିଲଦାର ଦେଲେ ଦଣ୍ଡ, ପେଟ୍ରୋଲ ପମ୍ପରେ କର୍ମଚାରୀ ହେଲେ ଉଠ-ବସ୍‌

କରୋନା କାଳରେ ସରକାର ସମସ୍ତଙ୍କୁ ସଚେତନ ରହିବା ସହ ମାସ୍କ ପିନ୍ଧିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କିଛି ଲୋକ ଏଥିପାଇଁ ଅବହେଳା ପ୍ରଦର୍ଶନ କରୁଛନ୍ତି ।

ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏହାକୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲାର ତହସିଲଦାର ପେଟ୍ରୋଲ ପମ୍ପରେ କାମ କରୁଥିବା ଷ୍ଟାଫ ମାସ୍କ ନ ନିପିନ୍ଧିବା କାରଣରୁ ତାଙ୍କୁ ଦଣ୍ଡ ଦେଇଛନ୍ତି । ଜରିମାନା ଆଦାୟ ନ କରି ନିଜର ପ୍ରଶାସନିକ ଶକ୍ତି ଆଧାରରେ ତହସିଲଦାର ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଦଣ୍ଡ ସ୍ୱରୂପ ଉଠ-ବସ୍ କରାଇଥିଲେ । ଏହି ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଲାଗିଛି ।

ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ଏହି ଭିଡିଓ ପେଟ୍ରୋଲ ପମ୍ପରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଯାହାର ସମସ୍ତ ଦୃଶ୍ୟ ସେଠାରେ ରେକର୍ଡ ହୋଇଥିଲା । ତେବେ ଉକ୍ତ ତହସିଲଦାର ହେଉଛନ୍ତି ଅରୁଣ କୁମାର ନାୟକ । ଏହାର ଭିଡିଓ ଏବେ ଟ୍ୱିଟରରେ ଭାଇରାଲ ହେଉଛି ।

ଅରୁଣ ନାୟକ ହାଇୱେ ନିକଟସ୍ଥ ପେଟ୍ରୋଲ ପମ୍ପରେ ନିଜ ଅଫିସ ଗାଡ଼ିରେ ତେଲ ଭରିବା ପାଇଁ ଯାଇଥିଲେ । କିନ୍ତୁ ଏଠାରେ କର୍ମଚାରୀଙ୍କ ମୁହଁରେ ମାସ୍କ ନଥିବା କାରଣରୁ ଦଣ୍ଡ ଦେଇ ଉଠ- ବସ୍ ହେବା ପାଇଁ କହିଥିଲେ । କର୍ମଚାରୀ ମଧ୍ୟ ଏହି ଆଦେଶକୁ ମାନି ସହଯୋଗ ପୂର୍ବକ ଦଣ୍ଡକୁ ସ୍ୱିକାର କରି ଉଠ- ବସ୍ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.