ପାରାଦୀପ ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସାମ୍ନାରେ ଅଘଟଣ, ଟ୍ରେନରୁ ଲାଇନଚ୍ୟୁତ ହେଲା ୪ଟି ବଗି

ପାରାଦୀପ (କେନ୍ଯୁଜ୍): ପାରାଦୀପ ପିପିଏଲ ସାର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଲାଇନଚ୍ୟୁତ ହେଲା ବଗି । ୪ ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ପିପିଏଲ କାରଖାନା ଭିତରକୁ ଯିବାଆସିବା ବନ୍ଦ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଟ୍ରେନଟି ପିପିଏଲ କାରଖାନାରୁ ଜିପସମ ନେବାକୁ ଆସୁଥିବା ବେଳେ ଫାଟକ ନିକଟରେ ଏହାର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା । ଟ୍ରେନ୍ ଲାଇନରୁ ବଗି ଛିଟିକି ବାହାରି ଯାଇଥିଲା ।

ତେବେ ଏଥିରେ କୌଣସି କ୍ଷତି ହୋଇ ନ ଥିବା ବେଳେ, ମେସିନ ସାହାଯ୍ୟରେ ବଗିକୁ ଲାଇନ ଉପରକୁ ନେବାକୁ ଚେଷ୍ଟା ଜାରି ରହିଛି । ତେବେ ଲାଇନ ଉପରେ ଗୋଡି ପଡିଥିବାରୁ ଏପରି ଘଟିଥିବା ଅନୁମାନ କରାଯାଉଛି । ଡବା ଖାଲିଥିବାରୁ ଏହି ଗୋଡି ଟ୍ରେନ ଚକାରେ ଲାଗି ଚକା ଛିଟିକି ଯାଇଥିବା ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.