ଭୁବନେଶ୍ୱର ଆଇଗିଣିଆ କୁଲେଶ୍ୱରୀ ବସ୍ତିରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୨ ଗୁରୁତର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ସ୍ଥିତ ଆଇଗିଣିଆ କୁଲେଶ୍ୱରୀ ବସ୍ତିରେ ଫାଟିଲା ଗ୍ୟାସ୍ ସିଲିଣ୍ଡର । ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ରୋଷେଇ କଲାବେଳେ ହଠାତ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା। ପରେ ପରିବାର ଲୋକ ସିଲିଣ୍ଡରଟିକୁ ରୋଷେଇ ଘରୁ ବାହାରକୁ ଆଣୁଥିଲେ। ଏହି ସମୟରେ ସିଲିଣ୍ଡରଟି ବିସ୍ଫୋରଣ ହୋଇଥିଲା। ଏଥିରେ ପରିବାରର ୨ଜଣ ଆହତ ହୋଇଥିଲେ।  ଜଣଙ୍କ ଗୋଡ଼ଟି ପୋଡ଼ି ଯାଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଥିଲେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.