ମହାକାଳପଡ଼ା ଜମ୍ବୁ ମେରାଇନ ଷ୍ଟାଫ୍ କ୍ୟାମ୍ପରେ ବିସ୍ଫୋରଣ, ଗ୍ୟାସ୍ ଟାଙ୍କି ଫାଟି ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର

କେନ୍ଦ୍ରପଡା (କେନ୍ୟୁଜ୍) : ଜମ୍ବୁ ମେରାଇନ ଷ୍ଟାଫଙ୍କ କ୍ୟାମ୍ପ ଅଫିସରେ ବିସ୍ଫୋରଣ । ଗ୍ୟାସ୍ ଟାଙ୍କି ଫାଟି ଗଲା ଜଣଙ୍କ ଜୀବନ । ମହାକାଳପଡ଼ା ଜମ୍ବୁ ମେରାଇନ ଥାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ପି. ସି. ମହାନ୍ତି । ତାଙ୍କ ଘର ନୟାଗଡ଼ ଜିଲ୍ଲାରେ । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ରହ୍ମପୁରର ସୁଶାନ୍ତ କୁମାର ସାହୁଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ମେରାଇନ୍ ଥାନାର କର୍ମଚାରୀ ରୋଷେଇ ରକୁଥିବା ସମୟରେ ଟାଙ୍କି ଫାଟି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.