ଚାନ୍ଦବାଲି ନରେନ୍ଦ୍ରପୁର ଗାଁରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ, ୫ବଖରା ଘର ପୋଡ଼ି ପାଉଁଶ

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ଧାମରା କରଂଜମାଳ ପଂଚାୟତ ନରେନ୍ଦ୍ରପୁର ଗାଁରେ ଗ୍ୟାସ ଟାଙ୍କି ଫାଟି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗାଁର ନଟ ମାଝୀ, କଟ ମାଝୀ ଓ ମାଢି ମାଝୀଙ୍କ ୫ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ନିଆଁ ଲିଭାଇବାକୁ ଗ୍ରାମବାସୀ ଉଦ୍ୟମ କରିଥିଲେ ମଧ୍ଯ ନିଆଁକୁ ଆୟତ କରି ପାରିନଥିଲେ।

ଯାହାଫଳରେ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହତ ଧାନ,ଚାଉଳ ପୋଡି ନଷ୍ଟ ହୋଇଯାଇଛି। ଏନେଇ  ଧାମରା ଅଗ୍ନିଶମ କେନ୍ଦ୍ରକୁ ଜଣାଇଥିଲେ ମଧ୍ଯ ସଠିକ ସମୟରେ ଅଗ୍ନିଶମ ଗାଡି ପହଁଚି ପାରି ନଥିବାରୁ ନିଆଁର ଆଁ ରେ ସବୁ କିଛି ପୋଡି ଛାରଖାର ହୋଇଯାଇଥିଲା ।

Leave A Reply

Your email address will not be published.