ସ୍ଥିତି ଦେଖି ବନ୍ଦ ହେବ ହଷ୍ଟେଲ, କରୋନା ସଂକ୍ରମଣ ବଢୁଥିବାରୁ ୧୦ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ

ଭୁବନେଶ୍ବର: କରୋନା ସଂକ୍ରମଣ ବଢୁଥିବାରୁ ୧୦ ଜିଲ୍ଲାପାଳଙ୍କୁ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଶିକ୍ଷାନୁଷ୍ଠାନ ସ୍ଥିତି ଦେଖି ହଷ୍ଟେଲ ବନ୍ଦ କରିବା ଦିଗରେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ଏସ୍‌ଆରସି ନିୟମାବଳୀ ଅନୁସାରେ ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ । ସବୁ ବିଦ୍ୟାଳୟରେ କରୋନା କଟକଣା ଠିକ୍‌ ଭାବେ ପାଳନ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।

ସେପଟେ କରୋନାରେ ଚାଲିଗଲା ଗୋଟିଏ ଶିକ୍ଷାବର୍ଷ । ବର୍ଷେ ପିଲାଙ୍କ ପାଠପଢା ବନ୍ଦ ହୋଇଯାଇଛି । ନବମ, ଏକାଦଶ ଖୋଲିବା ପରେ ଲାଗୁଥିଲା, ଧିରେ ଧିରେ ସବୁ କିଛି ସ୍ୱାଭାବିକ ହୋଇଯିବ । ହେଲେ ପୁଣି ଫେରିଲାଣି କରୋନା । ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମଣ । ତେଣୁ ଚଳିତ ଶିକ୍ଷାବର୍ଷରେ ସ୍କୁଲ ଖୋଲିବ ନା ବନ୍ଦ ହେବ ତାକୁ ନେଇ ପ୍ରଶ୍ନବାଚୀ । ଏପରି ସ୍ଥିତିକୁ ନେଇ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ମଧ୍ୟ ଚିନ୍ତାରେ । ବର୍ତ୍ତମାନ ସମୟ ଅନୁସାରେ ଦଶମ ଓ ଦ୍ୱାଦଶ ପରୀକ୍ଷା ସରିବା କଥା ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ବି ପରୀକ୍ଷା ସାରି ନୂଆ ପାଠ ଆରମ୍ଭ କରିସାରନ୍ତେଣି । ହେଲେ କରୋନା ଯୋଗୁ ସବୁ କିଛି ବିଳମ୍ବ ହୋଇଛି । ମାଟ୍ରିକ୍‌ ଓ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଉପରେ ପ୍ରଭାବ ପକାଇପାରେ । ପରୀକ୍ଷାକୁ ଆଉ ମାସେ ଥିବା ବେଳେ ସଂକ୍ରମଣ ବଢୁଥିବାରୁ କେମିତି ହେବ ପରୀକ୍ଷା ? ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଭବିଷ୍ୟତ କ’ଣ ହେବ ?

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.