ରାଉରକେଲା ବିଜେପି ପାର୍ଟି ଅଫିସରେ ଯୁବତୀଙ୍କ ଲଙ୍କାକାଣ୍ଡ, ଜୁଏଲ ଓରାମ ଅଶ୍ଲୀଳ ବ୍ୟବହାର କରିଥିବା ଅଭିଯୋଗ

ସୁନ୍ଦରଗଡ଼(କେନ୍ୟୁଜ୍): କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ବିବାଦ ନଥମୁଣୁ ପୁଣି ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ନିଜ ଦଳର ଜଣେ ଯୁବନେତ୍ରୀଙ୍କୁ ଅଶ୍ଳୀଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ଯାହାର ଏକ ଅଡିଓ କ୍ଲିପ୍ ଭାଇରାଲ ହେବାରେ ଲାଗିଛି। ଜୁଏଏଙ୍କ ଅଶ୍ଲୀଳ ଅପମାନ ସହିନପାରି  ଯୁବନେତ୍ରୀ ଜଣକ ଆଜି ରାଉରକେଲା ବିଜେପି ପାର୍ଟି ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି। ଏହା ସହ ସାଂସଦଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବେ ବୋଲି କହିଛନ୍ତି ।

ମିଳିଥିବା ସୂଚନା ମୁତାବକ ଯୁବତୀ ଜଣକ ହେଉଛନ୍ତି ସାଂସଦ ଜୁଏଲ ଓରାମଙ୍କ ପ୍ରତିନିଧି । ସେ ଆଜି କୌଣସି ଏକ ଅଫିସିଆଲ୍ କାର୍ଯ୍ୟକୁ ନେଇ  ଫୋନ୍ କରିଥିଲେ । ଏହି ସମୟରେ ସେ ଯୁବତୀ ଜଣଙ୍କୁ ଜୁଏଲ ଓରାମ   ଅଶ୍ଲୀଳ ବ୍ୟବହାର କରିଥିଲେ। ସାଂସଦଙ୍କ ଏଭଳି କଟୁ ଅଶ୍ଲୀଳ ବଚନକୁ ନେଇଯୁବତୀ ଜଣଙ୍କ କାନ୍ଦି ପକାଇଥିଲେ। ଫୋନର ପ୍ରତ୍ୟେକଟି କଥୋପକଥନକୁ ଯୁବତୀ ଜଣକ ରେକର୍ଡ କରି ଅଡିଓଟିକୁ ଗଣମାଧ୍ୟମକୁ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.