Below header

ଭଦ୍ରକ: କମ୍ପାଉଣ୍ଡରଙ୍କ ଇଞ୍ଜେକସନ୍‌ ନେଲା ୧୩ ବର୍ଷର ଝିଅର ଜୀବନ, ଜାଣନ୍ତୁ ପ୍ରକୃତ ଘଟଣା

ଭଦ୍ରକ: କମ୍ପାଉଣ୍ଡରଙ୍କ ଇଞ୍ଜେକସନ୍‌ ନେଲା ଜୀବନ । ଜଣେ ୧୩ ବର୍ଷର ଝିଅର ମୃତ୍ୟୁ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମରୁ । ମୃତକଙ୍କ ନାଁ ପ୍ରିୟଙ୍କା ଓ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଅନ୍ତରା ଗାଁରେ । ସେ ଇରମ ସ୍ଥିତ ନିଜ ମାମୁ ଘରେ ରହି ପାଠ ପଢୁଥିଲେ । ପ୍ରିୟଙ୍କାଙ୍କୁ ଥଣ୍ଡା ହୋଇଥିବାରୁ ତାଙ୍କ ଅଜା ଇରମ ବଜାରରେ ଥିବା ଘରୋଇ କ୍ଲିନିକକୁ ନେଇଥିଲେ । ସେଠାରେ କମ୍ପାଉଣ୍ଡର ଇଞ୍ଜେକସନ୍‌ ଦେବା ପରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ପରିବାର ଲୋକ ତୁରନ୍ତ ତାଙ୍କୁ ବାସୁଦେବପୁର ମେଡିକାଲକୁ ନେଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.