ଭଦ୍ରକ:କେମିତି ମଲେ ଅଗରପଡା ବିଏସସି ଶେଷ ବର୍ଷର ଛାତ୍ରୀ, ଭଉଣୀ ଘରୁ ମିଳିଲା ଝୁଲନ୍ତା ମୃତଦେହ

ଭଦ୍ରକ(କେନ୍ୟୁଜ୍): ଭଦ୍ରକ ଟାଉନ ଥାନା ଅଧିନସ୍ଥ ଜଗନାଥପୁର ପ୍ରଫୁଲ୍ଲ ନଗର ଅଞ୍ଚଳରୁ ଏକ ଭଡା ଘରୁ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତା ଛାତ୍ରୀଙ୍କ ଘର ଅଗରପଡା ଥାନା ଅଣିଜ ଗ୍ରାମରେ।  ସେ ଅଗରପଡା ମହାବିଦ୍ୟାଳୟରେ ବିଏସସି ଶେଷ ବର୍ଷର ଛାତ୍ରୀ ଥିଲେ। ଗତ କାଲି ମହାବିଦ୍ୟାଳୟରୁ ଘରକୁ ଆସିବାକୁ କହି ଆସି ନଥିଲେ। ତେଣୁ ଘର ଲୋକ ଖୋଜା ଖୋଜି କରି ପାଇ ନଥିଲେ।

ତେବେ ଗତ କାଲି ରାତିରେ ସେ ଭଦ୍ରକ ସହର ସ୍ଥିତ ନିଜ ଭଉଣୀଙ୍କ ଭଡା ଘର ଭିତରେ କେହି ନଥିବା ବେଳେ ଫ୍ୟାନରେ ଝୁଲୁଥିବା ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦପାଇଁ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ଛାତ୍ରୀଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଜଣା ପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.