ଗଞ୍ଜାମ: ଗଞ୍ଜେଇ ବେପାର କରି ଯାହା ରଖିଥିଲା ସବୁକୁ ମାଡି ବସିଲା ପୋଲିସ, ବିଡ଼ା ବିଡ଼ା ନୋଟକୁ କେଜି କେଜି ସୁନା ଜବତ

ଗଞ୍ଜାମ(କେନ୍ୟୁଜ୍): ଖଲ୍ଲିକୋଟ ପୁଲିସକୁ ବଡ ସଫଳତା । କୋଟିପତି ଗଞ୍ଜେଇ ବେପାରୀ ରଜନୀକାନ୍ତ ପଟ୍ଟନାୟକ ଗିରଫ । ଖଜାପଲ୍ଲୀରେ ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ ବେଳେ ଜବତ ହୋଇଛି କେଜି କେଜି ସୁନା ଓ ଟଙ୍କା । ଚଢାଉ ବେଳେ ତା ଘରୁ ସାଢେ ୮ କେଜି ସୁନା ଓ ୭୫ ଲକ୍ଷ ଟଙ୍କା ଜବତ ହୋଇଛି । ଏଥିସହ ବିପୁଳ ପରିମାଣର ଗଞ୍ଜେଇ ଓ ଅଫିମ ଜବତ କରିଛି ଅବକାରୀ ଟିମ୍‌ । ରଜନୀକାନ୍ତ କନ୍ଧମାଳରୁ ଚୋରାରେ ଗଂଜେଇ ଆଣି ବ୍ୟବସାୟ କରୁଥିବା ବେଳେ ନିଜ ସ୍କୁଟିରେ ଗଂଜେଇକୁ ଚଲାଣ କରୁଥିଲା ।

ganjam

ପୋଲିସ ସୂଚନା ଅନୁଯାୟୀ ଗତ ରାତି ପ୍ରାୟ ୧୦ଟା ବେଳେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଫାଣ୍ଡିର ଏସଆଇ ଏମ.କେ ପ୍ରଧାନ କୌଣସି ସୂତ୍ରରୁ ଖବର ପାଇଥିଲେ ଯେ ଖଜାପଲ୍ଲୀ ଗାଁର ରଜନୀକାନ୍ତ ପଟ୍ଟନାୟକ ନାମକ ଜଣ ବ୍ୟକ୍ତି ବେଆଇନ ଭାବେ ଗଞ୍ଜେଇ ବ୍ୟବସାୟ କରିଆସୁଛନ୍ତି  । ସେ ବେଆଇନ ଭାବେ କନ୍ଧମାଳରୁ ଗଞ୍ଜେଇ ଆଣି ବିଭିନ୍ନ ସ୍ଥାନରେ ବିକ୍ରି କରୁଛନ୍ତି  ।

ନିଜ ସ୍କୁଟି ଗାଡ଼ି  ସାହାଯ୍ୟରେ ଏହି ଗଞ୍ଜେଇ ଚାଲାଣ କରୁଥିବା ନେଇ ପୋଲିସ ଖବର ପାଇଥିଲା  । ପରେ ଏନେଇ ଖଲ୍ଲିକୋଟ ପୋଲିସ ଅତର୍କିତ ଭାବେ ରଜନୀକାନ୍ତଙ୍କ ଘରେ ଚଢାଉ କରିଥିଲେ  । ଚଢାଉ ବେଳେ ଗଞ୍ଜେଇ, ଅଫିମ, ଟଙ୍କା ଓ ସୁନା ଜବତ କରିଛି ପୋଲିସ  । ରଜନୀ କାନ୍ତଙ୍କୁ ଗିରଫ କରିବା ସହ ଏଥିରେ ଆଉ କେଉଁ ମାନଙ୍କ ସଂପୃକ୍ତି ରହିଛି ସେନେଇ ତଦନ୍ତ ଜାରି ରହିଛି  । ଏହା ସହ ଅନ୍ୟ ବ୍ୟାଙ୍କ ଏକାଉଣ୍ଟ ଗୁଡିକୁ ପୋଲିସ ଯାଞ୍ଚ କରିବା ସହ ପ୍ରିଜ୍ କରାଯିବା ନେଇ  ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ବ୍ରିଜେଶ ରାୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.