Below header

ଶିଶୁଙ୍କ ଆଖିରେ କଳା ପିନ୍ଧାଇବା ଠିକ୍‌ ନା ଭୁଲ, ଜାଣନ୍ତୁ

ଛୋଟ ଛୁଆଙ୍କୁ ନଜରରୁ ବଞ୍ଚାଇବା ପାଇଁ ମା’ମାନେ ପିଲାଙ୍କ ଆଖିରେ କଳା ପିନ୍ଧାଇଥାନ୍ତି । ଏହି ପ୍ରଥା ବହୁତ ପ୍ରାଚୀନ । ଭାରତୀୟ ସଂସ୍କୃତି ଅନୁସାରେ ପିଲାଙ୍କୁ ଖରାପ ନଜରରୁ ବଞ୍ଚାଇବା ପାଇଁ ତାଙ୍କ ଆଖିରେ କଜ୍ଜଳ ବା କଳା ମା’ମାନେ ଲଗାଇ ଦେଇଥାନ୍ତି । ଭାରତର ସବୁ ସହର,ଗାଁ ଏପରିକି ମହାନଗରରେ ମଧ୍ୟ ଆଜି ବି ଏହି ପରମ୍ପରା ରହିଛି । ତବେ ପ୍ରଶ୍ନ ଉଠେ ଯେ ଏହା କରିବା କେତେଦୂର ଠିକ । ଏହା କେତେଦୂର ସୁରକ୍ଷିତ ବା ନୁହେଁ ।

kajal-
p.c : parentune

କଳା ଲଗାଇବା ଦ୍ୱାରା ହେଉଥିବା ପ୍ରଭାବ

ଆଇ-ଜେଜେ ମା’ଙ୍କ ଉପଦେଶ ମାନିବା ତ କଳା ବା କାଜଲ ଶିଶୁଙ୍କୁ କେତେ ପ୍ରକାର ରୋଗରୁ ରକ୍ଷା କରିଥାଏ । ବୟସ୍କ ଲୋକଙ୍କ କଥା ଅନୁଯାୟୀ ଆଖିରେ ଯେତେ କଳା ଲଗାଇବେ ଆଖିର ତେଜ ସେତେ ବଢ଼ିବ ଓ ଆଖି ସେତେ ସୁନ୍ଦର ଲାଗିବ । ହେଲେ ଡାକ୍ତରଙ୍କ ଅନୁଯାୟୀ ଶିଶୁଙ୍କ ଆଖିରେ କାଜଲ ଲଗାଇବା ହାନିକାରକ ହୋଇପାରେ ।

ଶିଶୁଙ୍କ ଆଖି ବହୁତ ସମ୍ବେଦନଶୀଳ ହୋଇଥିବାରୁ ଆଖି ଭିତରକୁ କାଜଲ ଚାଲିଗଲେ ଆଖିରେ ଜଳାପୋଡ଼ା ହୋଇଥାଏ । ଏହାଦ୍ୱାରା ସଂକ୍ରମଣ ମଧ୍ୟ ହୋଇପାରେ । ବେଳେ ବେଳେ ବଜାରରେ ମିଳୁଥିବା କାଜଲ ପିଲାଙ୍କ ମାନସିକ ବିକାଶରେ ମଧ୍ୟ ବାଧା ଉପୁଜାଇପାରେ ।

kajal--
p.c : sreemed.com

ଘରେ ତିଆରି କରୁଥିବା କାଜଲ ଲଗାନ୍ତୁ

ଯଦି ବା ଶିଶୁଙ୍କ ଆଖିରେ କାଜଲ ଲଗାଇବାକୁ ଚାହୁଁଛନ୍ତି ତେବେ ସର୍ବଦା ଘରେ ତିଆରି କରୁଥିବା କାଜଲ ଲଗାନ୍ତୁ । ହେଲେ ମନେ ରଖିବା ଉଚିତ୍‌ ଯେ କାଜଲ ତିଆରି କଲା ବେଳେ ସଫା ସୁତର ପ୍ରତି ଧ୍ୟାନ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.