HIV ପଜିଟିଭ୍‌ ବାହାରିଲା ୮ ଜଣଙ୍କୁ ବିବାହ କରିଥିବା ଲୁଟେରୀ କନ୍ୟା, ମେଡିକାଲ ରିପୋର୍ଟ ଜାଣିବା ପରେ ବରମାନଙ୍କର ଅବସ୍ଥା ଖରାପ

କୁହନ୍ତି, ମଣିଷ ଯେତେବେଳେ ଲୋଭର ନିଆଁରେ ଜଳି ଉଠିଥାଏ, ତ ସେ କୌଣସି ବି ପଦକ୍ଷେପ ଉଠାଇବାରେ ପଛଘୁଞ୍ଚା ଦେଇ ନ ଥାଏ। ଏବେ ଏବେ ଏମିତି ହିଁ ଏକ ମାମଲା ସାମ୍ନାକୁ ଆସିଛି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଏଠାରେ ଜଣେ ଲୁଟେରୀ କନ୍ୟା ପଇସା ଲୋଭରେ ୮ଟି ବିବାହ କରିଛନ୍ତି ଏବଂ ପରେ ସେ ଏଚ୍‌ଆଇଭି ସଂକ୍ରମିତ ବାହାରିଛନ୍ତି। ସ୍ଥିତି ଏମିତି ଯେ ବର୍ତ୍ତମାନ ଯେଉଁ ଯେଉଁ ବ୍ୟକ୍ତି ତାଙ୍କୁ ବିବାହ କରିଥିଲେ, ସେମାନେ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ୮ଜଣ ବରଙ୍କ ଅବସ୍ଥା ଖରାପ ହୋଇଯାଇଛି।

ଏହି ଲୁଟେରୀ କନ୍ୟା ପଇସା ପାଇଁ ବାରମ୍ବାର ବିବାହ କରୁଥିଲେ ଏବଂ ପୁଣି ବରକୁ ଠକି ଫେରାର୍‌ ହୋଇଯାଉଥିଲେ। ମାମଲା ପଟିୟାଲାର ଦେବୀଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି। କନ୍ୟା ଜଣକ ନିଜର ହିଁ ସ୍ୱାମୀ ଏବଂ ଘରଲୋକଙ୍କ ସହିତ ମିଶି ଏମିତି ଯୋଜନା କରୁଥିଲେ, ଯାହାକୁ ଜାଣିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛି। ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଛି ଯେ ଏହି ଯୁବତୀ ଜଣକ କନ୍ୟା ହୋଇ ପ୍ରଥମେ ଶାନ୍ତ, ସରଳ ଯୁବକ ଏବଂ ତାଙ୍କ ପରିବାର ଲୋକଙ୍କୁ ନିଜ ଜାଲରେ ଫସାଉ ଥିଲେ। ପୁଣି ତାଙ୍କ ପଇସା ଓ ଗହଣା ନେଇ ଫେରାର୍‌ ହୋଇଯାଉଥିଲେ।

ଆଶ୍ଚର୍ଯ୍ୟର କଥା, ଯୁବତୀ ନିଜ ସ୍ୱାମୀଙ୍କ ସହିତ ମିଶି ହିଁ ଏଭଳି ଯୋଜନା କରୁଥିଲେ ଏବଂ ସ୍ୱାମୀଙ୍କୁ ନିଜ ଭାଇ ବନାଇ ରଖିଥିଲେ। ସ୍ୱାମୀ ହିଁ ତାଙ୍କୁ ସବୁ ମଉକାରେ ସାହାଯ୍ୟ କରୁଥିଲେ। ଏହି ଯୁବତୀଙ୍କର ପୂର୍ବରୁ ହିଁ ୩ ସନ୍ତାନ ଅଛନ୍ତି। ଜଣାପଡ଼ିଛି, ସେ ନିଜର ଏକ ଗ୍ୟାଙ୍ଗ୍‌ ଚଳାଉଥିଲେ। ଏହି ଗ୍ୟାଙ୍ଗ୍‌ ମାଧ୍ୟମରେ ଯୁବତୀ ୮ଟି ନକଲି ବିବାହ କରିଥିଲେ। କିନ୍ତୁ ଯେତେବେଳେ ୯ମ ଥର ପାଇଁ ବିବାହ କରିବାକୁ ଯାଉଥିଲେ, ତ ପୋଲିସ ହାତରେ ସୁରାକ ଲାଗି ଯାଇଥିଲା। ଏବେ ଏଚ୍‌ଆଇଭି ପଜିଟିଭ୍‌ ବାହାରିବା ପରେ କନ୍ୟାର ଜୀବନ ପ୍ରତି ବିପଦ ମାଡ଼ି ଆସିଛି।

ପଟିୟାଲାରେ ରହୁଥିବା ଏହି ଯୁବତୀ ଓ ତା’ର ପରିବାର ପାଇଁ ଲୁଟ ଏବଂ ନକଲି ବିବାହ ଏକ ପ୍ରକାର ରୋଜଗାରର ମାଧ୍ୟମ ବନି ଯାଇଥିଲା। ସେମାନେ ଏମିତି ଯୁବକଙ୍କୁ ଖୋଜୁଥିଲେ, ଯାହାଙ୍କ ବିବାହର ବୟସ ଅତିକ୍ରମ କରି ସାରିଥିବ। ପୁଣି ଏହି ଗ୍ୟାଙ୍ଗ୍‌ ନିଜର ପରିଚୟ ବଦଳାଇ ପୁଅର ପରିବାରଙ୍କୁ ନିଜ କଥାରେ ଫସାଉଥିଲା। ଏହାପରେ ତାଙ୍କୁ ବିବାହର ପ୍ରସ୍ତାବ ଦେଉଥିଲା। ଏହି ସମୟରେ କନ୍ୟାର ପୂରା ଗ୍ୟାଙ୍ଗ୍‌ ବରର ପରିବାର ଲୋକଙ୍କ ସାମ୍ନାରେ ଅଲଗା ଅଲଗା ସମ୍ପର୍କୀୟଙ୍କ ନାଁରେ ଭେଟୁଥିଲା ଏବଂ ବିବାହ ସ୍ଥିର କରି ଦେଉଥିଲା। ବିବାହର ୩-୪ ଦିନ ପରେ ଯେମିତି ହିଁ କନ୍ୟାକୁ ମଉକା ମିଳୁଥିଲା, ତ ସେ ତୁରନ୍ତ ଦାମୀ ଜିନିଷ ନେଇ ଫେରାର୍‌ ହୋଇଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.