Below header

ଭୁବନେଶ୍ବର: ପାତ୍ରପଡ଼ା ସାଉଥ୍ ସିଟି ହୋଟେଲରୁ ମିଳିଲା ଗଦାଏ ଟଙ୍କା, ବାରଗର୍ଲଙ୍କ ଡ୍ୟାନ୍ସରେ ଏସବୁ ଉଡୁଥିଲା

ଭୁବନେଶ୍ବର(କେନ୍ୟୁଜ୍): ହୋଟେଲ ଭିତରୁ  ଜବତ ହେଲା ବିଡ଼ା ବିଡ଼ା ନୋଟ। ଭୁବନେଶ୍ବର ପାତ୍ରପଡ଼ା ସାଉଥସିଟି ହୋଟେଲରୁ ମିଳିଲା ଗଦାଏ ଟଙ୍କା। ଯେଉଁଠାରେ ବାରଗର୍ଲମାନେ ଡ୍ୟାନ୍ସ କରୁଥିଲେ ସେଠାରେ  ବିଡ଼ା ବିଡ଼ା ୧୦ ଟଙ୍କିଆ ୫୦ ଟଙ୍କିଆ ନୋଟ ଗଦା ହୋଇ ପଡିରହିଥିଲା । ମନୀଷ ହତ୍ୟାକାଣ୍ଡରେ ହୋଟେଲଟି ସିଲ୍ ହୋଇ ରହିଥିଲା।  ଯାହା ଫଳରେ ସେହି ନୋଟ ଗୁଡ଼ିକ ସେହିଭଳି ପଡି ରହିଥିଲା। ଆଜି ହୋଟେଲ ଖୋଲି ଏହି  ନୋଟ ଗୁଡ଼ିକୁ  ଜବତ କରିଛି କମିଶନରେଟ ପୋଲିସ। ତେବେ ଏହି ନୋଟ ଗୁଡ଼ିକ ଅସଲି କି ନକଲି ତାହା ଜଣା ପଡିନାହିଁ।

ଅନ୍ୟପଟେ ପାତ୍ରପଡ଼ା ସାଉଥ ସିଟି ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରା ଅଟକ । ସେମାନଙ୍କ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। କୋଭିଡ କର୍ଫ୍ୟୁ ଉଲ୍ଲଂଘନ କରି ବିଳମ୍ବିତ ରାତି ଯାଏ ହୋଟେଲ ସାଉଥ ସିଟି ଚାଲିଥିବା ଅଭିଯୋଗ ହୋଇଥିଲା । ଏହି ବାରର୍‌ ଲାଇନସେନସ ଅବଧି ଗତ ସେପ୍ଚମ୍ବରରୁ ସରିଥିଲା । ତଥାପି ଏହା ଚାଲିଥିଲା । କୋଭିଡ କଟକଣାକୁ ଉଲ୍ଲଂଘନ କରି ବିଳମ୍ବିତ ରାତି ଯାଏ ବାର୍‌ରେ ଚାଲୁଥିଲା ନୃତ୍ୟଗୀତର ଆସର ।

ଏହି ଘଟଣାରେ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରମୋଦଙ୍କୁ ତମାଣ୍ଡୋ ଥାନାରୁ ବଦଳି କରାଯାଇଛି। ସେହିପରି ଭୁବନେଶ୍ୱର କମିସନରେଟ ପୋଲିସର କନଷ୍ଟେବଳ ପ୍ରସନ୍ନ ବେହେରା ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ କୋଭିଡ କର୍ଫ୍ୟୁ ଉଲ୍ଲଂଘନ ଓ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ଆସିଛି। ଭୁବନେଶ୍ୱର କମିସନରେଟ ପୋଲିସର ହାବିଲଦାର ଓ କନଷ୍ଟେବଳ ସଂଘ ସଭାପତି ହେଉଛନ୍ତି ପ୍ରସନ୍ନ ବେହେରା।

ଭାଇଙ୍କ ନାଁରେ ଲିଜ ନେଇ ସେ ପାତ୍ରପଡାରେ ହୋଟେଲ ସାଉଥ ସିଟି ଚଳାଇ ଆସୁଥିଲେ। କୋଭିଡ ନିୟମର ଉଲ୍ଲଙ୍ଘନ ଓ ବିଳମ୍ବିତ ରାତି ଯାଏ ବାର ଓ ଡ୍ୟାନ୍‌ସ ବାର ଚଳାଇବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ମନୀଷ ଅନୁରାଗ ମୃତ୍ୟୁ ମାମଲାର ତଦନ୍ତ ବେଳେ ହୋଟେଲ ସାଉଟ ସିଟି ବିଳମ୍ବିତ ରାତି ଯାଏ ଚାଲୁଥିବା ଜଣାପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.